ବାରିପଦା,୦୫/୧୧୧(ପାଇକପୁଅ)ସ୍ଥାନୀୟ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା ବରିଷ୍ଠ ସ୍ବେଛାସେବୀ ରିଙ୍କୁ ଦାସଙ୍କ ତତ୍ବାବଧାନରେ, ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୋଷ୍ୟ ଗ୍ରାମ୍ୟ ମହାରାଜପୁର ଠାରେ ନିଶା ମୁକ୍ତ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ବେଛାସେବୀ ମାନେ ଗ୍ରାମ ଲୋକ ମାନଙ୍କୁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ସଚେତନତା ବାର୍ତ୍ତା ଦେବାସହ ନିଶା ଦ୍ରବ୍ୟରୁ ଦୂରେଇ ରହିବା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ଜୀବନ ସୁରକ୍ଷିତ ରହିବା ଏବଂ ନିଶା ସେବନ ଦ୍ୱାରା ସଂପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ଆଲୋକପାତ କରି ଲୋକଙ୍କୁ ସଚେତନ କରିଥିଲେ।ଏହି ଅବସରରେ ସେଛ୍ବାସେବୀ ମାନେ ନିଶା ସେବନରୁ ଦୂରେଇ ରହି ମୟୂରଭଞ୍ଜ ଜିଲ୍ଲାକୁ ନିଶାମୁକ୍ତ ଜିଲ୍ଲାଭାବେ ଗଢି ତୋଳିବାକୁ ଶପଥ ନେଇଥିଲେ।

