ମାଲକାନଗିରି,୦୪/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ମାଥିଲି ର ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବ୍ଲକ ପ୍ରଶାସନ ର ମିଳିତ ଉଦ୍ୟମରେ ଭୀମଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ ଙ୍କ ପରିଚାଳନା କ୍ରମେ ମାଥିଲି ବ୍ଲକ ର ୨୦ ଗୋଟି ପଞ୍ଚାୟତ ର କୋଣ ଅନୁକୋଣ ରୁ ଭିନ୍ନକ୍ଷମ ମାନେ ଆସିଥିଲେ। ଏହି ଶିବିରରେ ମୋଟ ୫୦୨ ଜଣ ଦିବ୍ୟାଙ୍ଗ ପଞ୍ଜୀକୃତ କରିଥିଲେ।ସେମାନଙ୍କ ମଧ୍ୟରୁ ଲୋକୋମୋଟର ୧୯୫, ମୁକ ଏବଂ ବଧିର -୧୦୪, ଦୃଷ୍ଟି ଶକ୍ତି ବାଧିତ -୭୮, ମେଣ୍ଟାଲ -୭୧, ଏବଂ ବହୁ ବିଧ ଅକ୍ଷମତା/ସିକିଲସେଲ୍ -୫୪ । ଶିବିରରେ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଅସୁବିଧାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଡ଼ାକ୍ତର ହବିଦ ହୁସେନ ଉପସ୍ଥିତି ରହି ରୋଗୀ ଚିକିତ୍ସା କରିଥିଲେ। ତହସିଲଦାର ମାନସୀ ଭୋଇ ଏବଂ ଯୁବ ନେତା ବାଲରାଜୁ କୋପେ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ଉପସ୍ଥିତି ରହି ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦେଇଥିଲେ ।

