ମାଲକାନଗିରି,୩୦/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ବ୍ଲକସ୍ଥ ସିନ୍ଧିରିମାଳ ପଞ୍ଚାୟତର ସୀମାଗୁଡ଼ି ଗ୍ରାମ ନିକଟରେ ହେବାକୁ ଥିବା ଇଡ଼କୋ କମ୍ପାନୀର କୁଟୀର ଶିଳ୍ପକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଆଜି ପୁଣି ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରିଛନ୍ତି। ଜଳ ଜଙ୍ଗଲ ଓ ଜମି ଛାଡ଼ିବୁ ନାହି, ଆମ ଅଧିକାର ସହ ଆମକୁ ବଞ୍ଚିବାକୁ ଦିଅ ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସିମାଗୁଡିରେ ଇଡକୋ କମ୍ପାନୀର ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ ହୋଇଛି, ଗତ ୨୩ ତାରିଖ ଦିନ ସେଠାକୁ ଯାଇଥିବା ଅଧିକାରୀଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ସେଠାରେ ଗ୍ରାମବାସୀଙ୍କୁ ବୁଝାଇବା ସହ ବିଭିନ୍ନ ବିଷୟରେ ଅବଗତ କରାଇ ଫେରିଥିଲେ। ତେବେ ଏହାକୁ ନେଇ ଆଜି ପୁଣି ଶତାଧିକ ଗ୍ରାମବାସୀ ଇଡ଼କୋ କମ୍ପାନୀକୁ ବିରୋଧ କରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଅନ୍ୟ ଆଦିବାସୀ ସଂଗଠନର କର୍ମକର୍ତ୍ତାଙ୍କ ସହ ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରା କରି ଜମି ନିକଟକୁ ଯାଇ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି। ଏନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ, ମାଲକାନଗିରି ସଦର ବ୍ଲକ ସିମାଗୁଡି ଗ୍ରାମବାସୀଙ୍କ ଉପସ୍ଥିତିରେ ଗତ ତା.୨୩.୧୦.୨୦୨୫ ରି ରିଖ ଦିନ ଜିଲ୍ଲାପାଳ,ଉପଜିଲ୍ଲାପାଳ, ତହସିଲଦାର ରାଜସ୍ୱ ନିରୀକ୍ଷକ ମିଶି ସୀମାଗୁଡିରେ କ୍ଷୁଦ୍ର ଶିଳ୍ପ ପାଇଁ ଜମି ଅଧିଗ୍ରହଣ ସହ ଲୋକଙ୍କୁ ବୁଝାସୁଝା ପାଇଁ ଆସିଥିଲେ। ଏହି କ୍ଷୁଦ୍ର ଶିଳ୍ପ ନିମନ୍ତେ ଇଡକୋ କମ୍ପାନୀକୁ ୪୫ ଏକର ଜମି ହସ୍ତାନ୍ତର କରାଯିବାର ଯୋଜନା ହୋଇଥିଲା। କିନ୍ତୁ ଏହି ଜମି ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରୁଛୁ। ପୂର୍ବରୁ ସତୀଗୁଡା ଜଳଭଣ୍ଡାର ପାଇଁ ଆମ୍ଭେମାନେ ବିସ୍ଥାପିତ ହୋଇ ଏହି ସବୁ ଗ୍ରାମରେ ବସବାସ କରୁଅଛୁ। ଗୋଟିଏ ପଟେ ସତୀଗୁଡ଼ା ଜଳଭଣ୍ଡାର ଅନ୍ୟପଟେ ଗୋଇ ପର୍ବତ ମଝିରେ ଜାତୀୟ ରାଜପଥ ଥିବାରୁ ଭବିଷ୍ୟତରେ ଆମ୍ଭମାନଙ୍କ ଜୀବନ ଜୀବିକା ଉପରେ ବ୍ୟାଘାତ ଘଟିବ, ଅନେକ ଜଙ୍ଗଲ ଜମି ପଟ୍ଟା ପାଇଥିବା ବ୍ୟକ୍ତି କ୍ଷତିଗ୍ରସ୍ତ ହେବୋ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ମଧ୍ୟ ବାଧାପ୍ରାପ୍ତ ହେବ, ଏଣୁ ଏଠାରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରୁଥିବା ଉଲ୍ଲେଖ ରହିଛି। ବନ ବିଭାଗ ଦ୍ବାରା ଏହି ସମିତି ଗଠନ କରାଯାଇଥିବା ବେଳେ ଗୋଚର ଓ ଅନାବାଦୀ ଜମି ମିଶି୪୫ ହେକ୍ଟର ଜାଗାରେ ବୃକ୍ଷ ରୋପଣ ପାଇଁ ନର୍ସରି ଠାରୁ ଆରମ୍ଭ କରି କରି ଗଛ ରୋପିବା ଓ ଆଜି ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ କରି ଆସୁଛୁ। ଏଥି ସହ ଆମ୍ଭ ଗ୍ରାମର ଗୃହପାଳିତ ପଶୁ ଏହି ଜଙ୍ଗଲ ରେ ଚାରଣ କରୁଥିବା ବେଳେ ଏହି ଜମିରେ ଥିବା ବୃକ୍ଷ ଗୁଡିକରୁ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ, ଔଷଧୀୟ ବୃକ୍ଷ, କେତେକ ସ୍ଥାନରେ ଧାନ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛୁ। ଗତ ଜୁଲାଇ ୩ ତାରିଖ ୨୦୨୧ ମସିହାରେ ଏହି ଜଙ୍ଗଲ ଅଧିଗ୍ରହଣ ପାଇଁ ତତ୍କାଳୀନ ତହସିଲଦାର, ସରକାରୀ କର୍ମଚାରୀ ପୋଲିସ କର୍ମଚାରୀ ପ୍ରମୁଖ ଆସି ସର୍ଭେ କରି ଖୁଣ୍ଟ ପୋତିଥିଲେ। ଆମ୍ଭମାନଙ୍କ ବିରୋଧ ଯୋଗୁଁ ଏହି ସ୍ଥଳକୁ ଛାଡି ଚଲାଣଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟିଟିବେରି ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିଲା। କିନ୍ତୁ ପୁନର୍ବାର ଜଙ୍ଗଲକୁ ନେବାପାଇଁ ପ୍ରଶାସନ ଯୋଜନା କରୁଥିବାରୁ ଏହାକୁ ଆମ୍ଭେ ବିରୋଧ କରୁଛୁ। ଏହି ଜମି ଅନୁସୂଚିତ ଅଂଚଳ ଚଳରେ ଥିବା ବେଳେ ଭାରତୀୟ ସମ୍ବିଧାନର ପଂଚମ ଅନୁସୂଚୀ ଅଧୀନରେ ଅନୁସୂଚିତ ଅଂଚଳରେ କୌଣସି ଜମି ବିକ୍ରୟ କିମ୍ବା ହସ୍ତାନ୍ତ ଯାଇପାରିବ ନାହିଁ, ପେସା ଆଇନ ୧୯୯୬ ଅ ଅନ୍ତର୍ଗତ ଧାରା ୪ (କ), (ଖ), (ଗ), ଅନୁସାରେ ଏହି ଜମିର ମାଲିକାନା ଗ୍ରାମସଭା ଅଟେ ଏବଂ ଧାରା ୪ (୧(ଦ) ଅଧୀନର ବିକ୍ରୟ କିମ୍ବା ହସ୍ତାନ୍ତର କରା ଯାଇ ପାରିବ ନାହିଁ। ଜଙ୍ଗଲ ଅଧିକାରର ଆଇନ୨୦୦୬ ଅନୁଯାୟୀ ଏହି ଜମି ଧାରା ୨(କ), ୨(ଘ) ଓ ୩(୧) ଅଧୀନରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଞ୍ଚଳରେ ଅନ୍ତର୍ଭୁକ୍ତ ନ୍ୟାୟ ସଂଗତ ମାଲିକ। ଏହି ଅଧିକାର ଅନୁସାରେ ଗ୍ରାମସଭା ଏକମତ ହୋଇ ନିଷ୍ପତି ନେଇଛି ଯେ, ଆମ ଗ୍ରାମ ସଭା ଅଞ୍ଚଳ ଭିତରେ କୌଣସି ଭୂମି ଇଡକୋ କମ୍ପାନୀ କିମ୍ବା ଅନ୍ୟ କୌଣସି ବେସରକାରୀ କିମ୍ବା ସରକାରୀ ଅନୁଷ୍ଠାନକୁ ଦିଆ ଯିବ ନାହିଁ। ଗ୍ରାମସଭା ଏହି ନିଷ୍ପତିକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି ବୋଲି ଉଲେଖ୍ୟ ରହିଛି, ଏହାର ଏକକତା ନକଲ ଉପଜିଲ୍ଲାପାଳ, ତହସିଲଦାରଙ୍କ ଅବଗତି ନିମନ୍ତେ ପଠାଇଛନ୍ତି।

