ମାଲକାନଗିରି,୩୦/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅର୍ନ୍ତଗତ ପରକନମାଳା ଗ୍ରାମ ପଞ୍ଚାୟତର ସିରିପେଟା ଗ୍ରାମରେ ଆଜି ଗୋପାଷ୍ଠମୀ ଉତ୍ସବ ଧୂମଧାମରେ ପାଳନ ହୋଇଯାଇଛି। ଏହି ଅବସରରେ ଗୋସ୍ନାନ, ଗୋ – ପୂଜନ, ଗୋ ଗ୍ରାସ ସେବନ ଓ ନାମ ସଙ୍କୀର୍ତ୍ତନ ପ୍ରଭୁତି କାର୍ଯ୍ୟ ହୋଇଥିଲା। କାର୍ଯ୍ୟକ୍ରମ କୁ ଗୋ ସୁରକ୍ଷା ମଞ୍ଚର ସଭାପତି ରାମକୃଷ୍ଣ ଚୌଧୁରୀ ମନ୍ତ୍ର ଓ ଶ୍ଲୋକ ପଠନ କରି ତ୍ୱରାନ୍ୱିତ କରିଥିଲା ବେଳେ ମନ୍ଦିର ସଭାପତି ସନାତନ ମାଢୀ, ସମ୍ବନ୍ଧ ମାଢୀ, ଗଣେଶ ପ୍ରସାଦ ଦାଶ, ଭଗବାନ ସାହୁ ଓ ରମେଶ ଚନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ବାପନପାଲ୍ଲି ଗ୍ରାମରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ମହନ୍ତ ସୁଦର୍ଶନ ଦାସ ମହାରାଜ, ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜ ଓ ସନ୍ଥ ହୃଦାନନ୍ଦ ଦାସଙ୍କ ଭାଗବତ କଥାମୃତ ସେବନ ସମସ୍ତ ଭକ୍ତଜନଙ୍କୁ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମହନ୍ତ ବ୍ରହ୍ମାନନ୍ଦ ଦାସ, ସେବକ ଦୟଣା ଶ୍ରୀକ୍ଷେତ୍ର, ସିରିପେଟା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

