ବାରିପଦା, ୨୮/୧୦(ପାଇକପୁଅ)ବାରିପଦା ସ୍ଥିତ ସାଇ ବିଦ୍ୟା ମନ୍ଦିର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ନୂତନ କରି ଯୋଗ ଦେଇଥିବା ସ୍ୱେଚ୍ଛା ସେବୀ ମାନଙ୍କ ଆଭିମୁଖୀ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ଅକ୍ଷୟ କୁମାର ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ମାତା ତଥା ନିର୍ଦ୍ଦେଶକ ଡ. ପ୍ରଭଞ୍ଜନ ରାଉତ, ମହାପ୍ରବନ୍ଧକ ଦେବାଶିଷ ମୁଦୁଲି ପ୍ରମୁଖ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଶ୍ମୀରଞ୍ଜନ ରାଉତଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡିଶାର ଡେପୁଟି ସେକ୍ରେଟାରୀ ରାଜେଶ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ କୈଳାସ ଚନ୍ଦ୍ରପୁର ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାଥ ଦେହୁରି, କ୍ରାକ୍ତନ ଅଧ୍ୟାପକ ସ୍ୱରୂପ ଶତପଥୀ ,ସମ୍ପାଦକ ଚନ୍ଦ୍ରକାନ୍ତ ରାଉତ ସିଇଓ ପ୍ରତିଚୀ ରଞ୍ଜନ ରାଉତ, ଚକ୍ରଧର ରାଉତ, ଉପେନ୍ଦ୍ର ରାଉଳ, ସୁବ୍ରତ ସେନ, ଶିବାନନ୍ଦ ଦାସ ପ୍ରମୁଖ ଯୋଗଦେଇ ନିଃସ୍ୱାର୍ଥ ସେବା ଦ୍ୱାରା ଜନ ମଙ୍ଗଳ କାର୍ଯ୍ୟରେ ସାମିଲ ହେବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ଆହ୍ୱାନ ଦେଇଥିଲେ।
ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

