ବାରିପଦା, ୨୩/୧୦(ପାଇକପୁଅ)ନିଶ୍ୱାର୍ଥ ସେବା ସଂଘ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହିତ ମୁନୁଡିହି ଗ୍ରାମରେ ଦୀପାବଳୀ ନିମନ୍ତେ ବାଣ,ଦୀପ, ଏବଂ ଅନେକ ଖାଦ୍ୟ ଦେଇ ଅସହାୟ ଗରିବ ଲୋକଙ୍କ ମୁଖରେ ହାସ ଫୁଟେଇ ପାରିଛି। ସେହିପରି ବାରିପଦା ନିକଟସ୍ଥ ସୁର୍ଗାବଡ଼ି ଅନ୍ତର୍ଗତ କୁଷ୍ଠାଶ୍ରମ ଠାରେ ଗରିବ ନିସହାୟ ବୃଦ୍ଧ ବୃଦ୍ଧାଙ୍କ ପାଖରେ ଭାତ, ଡାଲି, ଶାଗ, ଘାଣ୍ଟ, ପନିର,ପାମ୍ପଡ଼ ଇତ୍ୟାଦି ଖାଦ୍ୟ ପ୍ରଦାନ କରାଯାଇଛି। ଅନୁଷ୍ଠାନର ସଦସ୍ୟ ହିମଙ୍କ ରାଉତ, ହରିପଦ ବେହେରା, ବ୍ରଜେସ ମହାକୁଡ଼, ଆୟୁସ୍ନାନ ସରେନ, ଏମ ଡ଼ି ଇଜାଜ ,ସୁମିତ ପ୍ରିୟଦର୍ଶୀ ,ସମ୍ୟଜିତ ବେହେରା, ସୁଏତ୍ ସବୁଜ ପଟ୍ଟନାୟକ,ଏମ ଅନ୍ଵେଷ ,ଆରବ ପଣ୍ଡା, ବିଭାନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ସଂଘ ତରଫରୁ ଆଗାମୀ ଦିନରେ ଅସହାୟ ରୋଗୀଙ୍କୁ ରିହାତି ମୂଲ୍ୟରେ ମେଡ଼ିସିନ ଏବଂ ଚିକିତ୍ସା ଯୋଗାଣ, ମୃତ୍ୟୁ ପରେ ଶବ ସତ୍କାର ନିମନ୍ତେ ସଂକୀର୍ତ୍ତନ ଆୟୋଜନ କରାଯିବ ବୋଲି କୁହାଯାଇଛି।

