ବାରିପଦା,୨୩/୧୦(ପାଇକପୁଅ)ବିଶିଷ୍ଟ ଶିକ୍ଷବିତ ଓ ସମାଜସେବୀ ବିକାଶ ଚନ୍ଦ୍ର ସେଠୀ ଗରିବ, ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେଇଛନ୍ତି। ସେ ଦେବେନ୍ଦ୍ରପୁରର BIJUPATTNAIK VIKASH & BRILLIANT GROUP OF INSTITUTION ମାଧ୍ୟମରେ ମାଗଣା +2 ବିଜ୍ଞାନ, ନର୍ସିଂ ଓ ପାରାମେଡିକାଲ ଶିକ୍ଷା ସହିତ ନିଶ୍ଚିତ ଚାକିରି ସୁଯୋଗ ଯୋଗାଇ ଦେଉଛନ୍ତି।
ଶ୍ରୀ ସେଠୀ ଓଡ଼ିଶାର ମୋଟ୍ ୩୦ଟି ଜିଲ୍ଲାରେ ହେଲଥ୍ କେୟାର ସେଣ୍ଟର ଖୋଲିବାର ଏକ ବଡ଼ ଯୋଜନା ହାତକୁ ନେଇଛନ୍ତି। ତତ୍ ସହିତ ବିଭିନ୍ନ ସରକାରୀ–ବେସରକାରୀ ହସ୍ପିଟାଲ ସହ ସଂଯୁକ୍ତ ହୋଇ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ମାଧ୍ୟମରେ ନିଯୁକ୍ତି ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ସେଠୀଙ୍କ କହିବା ଅନୁଯାୟୀ “ଗରିବ ପିଲାମାନେ ଅର୍ଥ ଅଭାବରୁ ପଢିପାରୁନାହାନ୍ତି, ସେମାନଙ୍କୁ ମାଗଣା ଶିକ୍ଷା ଓ ଚାକିରି ଦେଇ ନିଜେ ସ୍ଵାଭିମାନୀ ହେବା ସହିତ ଦାଦନମୁକ୍ତ ଓଡ଼ିଶା ଗଠନ ନିମନ୍ତେ ଚାକିରିର ସୁଯୋଗ ସୃଷ୍ଟି କରିବା ତାଙ୍କ ଜୀବନର ଲକ୍ଷ୍ୟ ବୋଲି ସେ କହିଛନ୍ତି।ଆବେଦନର ଶେଷ ତାରିଖ: ୩୦/୧୦/୨୫ ରିଖ ହୋଇଥିବା ବେଳେ ଟ୍ରେନିଂ ଆରମ୍ଭ ହେବାର ସମୟ: ୩/୧୧/୨୫ ରିଖ ସୂଚନାରୁ ପ୍ରକାଶ।ଇଚ୍ଛୁକ କିମ୍ବା ଆଗ୍ରହୀ ଥିଲେ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଏହି ମୋବାଇଲ ନମ୍ବରକୁ ଯୋଗାଯୋଗ: ୯୪୩୮୦୪୭୪୩୬କରିପାରିବେ। ସମାଜସେବୀ ଶ୍ରୀ ସେଠୀଙ୍କର ଏହି ଉଦ୍ୟମ ଗରିବ ଓ ଆଦିବାସୀ ପିଲାମାନଙ୍କ ଜୀବନରେ ନୂଆ ଆଶା ନିଶ୍ଚିତ ଜାଗ୍ରତ କରିବ ବୋଲି ସେ ବେଶ୍ ଆଶାବାଦୀ ଅଛନ୍ତି।

