ବାରିପଦା, ୨୨/୧୦(ପାଇକପୁଅ) ପବିତ୍ର ଦୀପାବଳି ଉପଲକ୍ଷେ ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ପକ୍ଷରୁ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି। ସମ୍ପର୍କ ପରିବାରର ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଅଭିଜିତ ମହାନ୍ତି, ଦୀପକ କୁମାର ନାୟକ, ଶାରଦା ପ୍ରସାଦ ବାରିକ, ସୌଭାଗ୍ୟ ମହାପାତ୍ର, ସାମ୍ବାଦିକ ସୟେଦ ସିରାଜୁଦ୍ଦିନ, ଶୁଭେନ୍ଦୁ ପଟ୍ଟନାୟକ, ହରେକୃଷ୍ଣ ଦାସ, ଜୟ ବୋଷ ପ୍ରମୁଖ ଉପସ୍ଥିତ ରହି ଆଲୋକର ପର୍ବ ଦୀପାବଳିରେ ସମାଜର ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ସମ୍ପର୍କ ଛକକୁ ରଙ୍ଗୋଲିରେ ସୁସଜ୍ଜିତ କରିବା ସହ ଶହସ୍ରାଧିକ ମାଟି ଦୀପ ପ୍ରଜ୍ୱଳନ କରାଯାଇ ସୁରକ୍ଷିତ ଦୀପାବଳି ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା।ସମ୍ପର୍କ ପରିବାରର ବହୁ ସଦସ୍ୟ ଏବଂ କଲେଜ ଛାତ୍ରୀମାନେ ଦୀପ ପ୍ରଜ୍ୱଳନ ଏବଂ ରଙ୍ଗୋଲିରେ ସହଯୋଗ କରିଥିଲେ।

