nuapada byeelection ଭୁବନେଶ୍ୱର,୧୯/୧୦(ପାଇକପୁଅ) ଆଗକୁ ହେବାକୁ ଥିବା ନୂଆପଡା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ବିଜୟ ଲାଭ କରିବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି। ଡଃ ଢ଼ାଲି ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କାମରେ ଉଭୟ ଦେଶ ଏବଂ ରାଜ୍ୟବାସୀ ଖୁସି ଆଛନ୍ତି। ତେଣୁ ନୂଆପଡାବାସୀ ଜୟ ଢୋଲକିଆ ବିପୁଳ ଭୋଟରେ ବିଜୟୀ ହେବେ।

