ବାରିପଦା,୧୯/୧୦(ପାଇକପୁଅ)ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ବାରିପଦା ଅବକାରୀ ଉପ-ଅଧିକ୍ଷକ ତପସ୍ୱିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡି ଏବଂ ବାରିପଦା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ନେତୃତ୍ୱରେ ପୋଲିସ ଏ.ପି.ଆର. ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଓ ପୋଡ଼ାଓସ୍ତିଆ ଏବଂ କୁଳିଅଣା ଥାନା ଅନ୍ତର୍ଗତ ଝିନେଇ ଗ୍ରାମରେ ଚଢ଼ାଉ କରାଯାଇ ୯୦୩ ଲିଟର ଦେଶୀ ରନ୍ଧା ମଦ ଓ ୧୦,୧୦୦ ଲିଟର ମହୁଲ ପୋଚ ଜବତ କରାଯିବା ସହିତ ପୋଡ଼ାଓସ୍ତିଆ ଗ୍ରାମର ପୂଜା ସିଂ ଓ ଝୁନି ସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୬ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ପ୍ରହଲ୍ଲାଦ ବିଶ୍ୱାଳ, ଜି.କାମେଶ୍ୱର ଓ ଶମ୍ଭୁନାଥ ପାତ୍ର, କନେଷ୍ଟବଳ ରଜନୀକାନ୍ତ ବେହେରା, ଅମ୍ବିକା ପ୍ରସାଦ ନାୟକ, ରଞ୍ଜିତ ଷଡ଼ଙ୍ଗୀ, ଦେବରାଜ ସାହୁ, ସମୀର ରଞ୍ଜନ ଜେନା, ସବିତା ମହନ୍ତ, ଲିଜା ପ୍ରଧାନ, ପ୍ରଭାତୀ ମଲ୍ଲ ପ୍ରଭୃତି ସାମିଲ ଥିଲେ।ଏନେଇ ବାରିପଦା ସଦର ଅବକାରୀ ଥାନା ପକ୍ଷରୁ ୪ଗୋଟି ମାମଲା ରୁଜ୍ଜୁ କରାଯାଇଛି।

