Malkanagiri accident ମାଲକାନଗିରି,୧୮/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସ୍ଥିତ ମାଲକାନଗିରି ସଦର ଥାନା ଅନ୍ତର୍ଗତ ଏମଭି-୧୧ ନିକଟସ୍ଥ ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାରେ ଆଜି ସକାଳ ସମୟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କୋରୁକୋଣ୍ଡା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଘଟଣାସ୍ଥଳରେ ରାମ କୁମାର(୩୫) ମୃତ୍ୟୁ ହୋଇଥିବା ବେଳେ ଯମୁନା ସରକାର(୫୦) ଏବଂ ମୋହନ ମାଝୀ (୨୫)ଙ୍କ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି। ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏନେଇ କୋରୁକୋଣ୍ଡା ସ୍ଥିତ ମାଲକାନଗିରି ସଦର ଥାନାରେ ୧୬୫/୨୫ ରେ ଏକ ମାମଲା ରୁଜୁ କରି ମୃତ ବ୍ୟକ୍ତି ମାନକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଥାନାଧିକାରୀ ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି।

