ଯୋଡ଼ା,୧୮/୧୦(ପାଇକପୁଅ) କେନ୍ଦୁଝର ଜିଲ୍ଲାର ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ଥାନା ମାନଙ୍କରେ ଜବତ ହୋଇ ଥାନାରେ ପଡ଼ି ରହିଥିବା ଯାନବାହାନ ଏବଂ ମୋବାଇଲ ଫେରସ୍ତ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ତେବେ ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ଯେ ଏହି ଫେରସ୍ତ ଅଭିଯାନ କିଛି ଦିନ ପର୍ଯ୍ୟନ୍ତ ଚାଲୁ ରହିବ।ସେ ୧୩ ଟି ମୋଟର ସାଇକେଲ ର କାଗଜ ପତ୍ର ଯାଞ୍ଚ କରି ସେମାନଙ୍କର ମୋଟର ସାଇକଲ ପ୍ରଦାନ କରିଥିଲେ।
ତତ୍ ସହିତ ସାଇବର କ୍ରାଇମ କିପରି ରୋକାଯାଇ ପାରିବ ତାର ଏକ ପ୍ରଶିକ୍ଷଣଶିବିର କରାଇ ତା ସମ୍ବନ୍ଧରେ ସୂଚନା ଦେଇ ଥିଲେ। ସେ କହିଥିଲେ ଯେ ଛଦ୍ମ ନାମ କହି ମୋବାଇଲ ଜରିଆରେ ଧମକେଇ ଜନସାଧାରଣଙ୍କ ଠାରୁ ଗୁପ୍ତ ତଥ୍ୟ ନେଇ ଡିଜିଟାଲ ଆଇରେଷ୍ଟ କରିବାକୁ କହି ପଇସା ନିଅନ୍ତି।ତେଣୁ ଏଥିରେ ସାଧାରଣ ଜନସାଧାରଣ ଭୟ ଭିତ ନ ହୋଇ କୌଣସି ଗୁପ୍ତ ତଥ୍ୟ ଦେବା କଥା ନୁହେଁ। ତେଣୁ ଜନସାଧାରଣ ସଚେତନ ହେବା ନିହାତି ଆବଶ୍ୟକ।

