କୋଣାର୍କ, ୧୨/୧୦(ପାଇକପୁଅ)ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପୁରୀ ଜିଲ୍ଲାର ଏକ ସାଙ୍ଗଠନିକ ବୈଠକ ରବିବାର ପୂର୍ବାହ୍ନରେ କୋଣାର୍କ ସ୍ଥିତ ସମିତି କାର୍ଯ୍ୟାଳୟ ଗୃହରେ ଅନୁଷ୍ଟିତ ହୋଇଯାଇଅଛି। ଅନୁଷ୍ଟିତ ଏହି ବୈଠକରେ ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ବରିଷ୍ଠ ଉପଦେଷ୍ଟା ତଥା ବିଶ୍ଵକର୍ମା ରତ୍ନ ବଟକୃଷ୍ଣ ଓଝା, ସମିତିର ରାଜ୍ୟ ସଭାପତି ସୁର୍ଯ୍ୟ ନାରାୟଣ ମହାରଣା, ସାଧାରଣ ସମ୍ପାଦକ ମନୋରଞ୍ଜନ ମହାରଣା, ରାଜ୍ୟ ସଂଗଠନ ସମ୍ପାଦକ ପ୍ରଶାନ୍ତ ମହାରଣା,ଗଙ୍ଗାଧର ମହାରଣା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ମହାରଣା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସଂଗଠନ କିପରି ଆଗକୁ ବଢିବ,କୂଳ ଭାଇ ମାନଙ୍କର ଥିବା ବିଭିନ୍ନ ସମସ୍ୟା ସମାଧାନ ସହ ସରକାରୀ ସ୍ତରରେ ସହଯୋଗ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।ସେହିପରି ବିଶ୍ଵକର୍ମା କୂଳର ମଉଡମଣୀ ବିଶୁ ମହାରଣା ଓ ଧର୍ମପଦଙ୍କ ବଳିଦାନକୁ ଉଜ୍ଜବିତ ରଖିବା ପାଇଁ ଆଲୋଚନା କରାଯାଇଥିଲା।ଅନୁଷ୍ଟିତ ଏହି ବୈଠକରେ ପୁରୀ ଜିଲ୍ଲା ସମିତିର ଉପସଭାପତି ବୈରାଗୀ ମହାରଣା,ସମ୍ପାଦକ ନରହରି ଓଝା,ସହ ସମ୍ପାଦକ ନଟବର ମହାରଣା, ସଂଗଠନ ସମ୍ପାଦକ ବିଚିତ୍ର ଓଝା,ଗୋପ ବ୍ଲକ ସଭାପତି ମଙ୍ଗରାଜ ମହାରଣା,ଉପ ସଭାପତି ଅମରେଶ୍ୱର ମହାରଣା,ସମ୍ପାଦକ ଦେବରାଜ ମହାରଣା, ସହ ସମ୍ପାଦକ ରଶ୍ମି ରଂଜନ ମହାରଣାଙ୍କ ସମେତ ସର୍ବେଶ୍ଵର ମହାରଣା, ପ୍ରକାଶ ଚନ୍ଦ୍ର ଓଝା,ରାମଚନ୍ଦ୍ର ମହାରଣା, ସୌମ୍ୟ ରଂଜନ ମହାରଣା,ରାକେଶ ମହାରଣା, ସୁଶାନ୍ତ ମହାରଣା, ବିଶ୍ଵନାଥ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ନୂତନ ଭାବେ ଜିଲ୍ଲା କମିଟିକୁ ମନୋନୀତ ହୋଇଥିବା ଜିଲ୍ଲା ସଂଗଠନ ସମ୍ପାଦକ ବିଚିତ୍ର ଓଝାଙ୍କୁ ଶପଥପାଠ କରାଯାଇଥିଲା।

