କୋଣାର୍କ, ୧୩/୧୦(ପାଇକପୁଅ) ଗତ ରବିବାର ବିଳମ୍ବିତ ରାତ୍ରିରେ ଲକ୍ଷ୍ମୀ ପୂଜା ଭସାଣୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବାନେଇ ସୂଚନା ମିଳିଛି । ସୂଚନା ମୁତାବକ କୋଣାର୍କ ଅଞ୍ଚଳରେ ଗତକାଲି ମା ଗଜଲକ୍ଷ୍ମୀଙ୍କ ଭସାଣୀକୁ ନେଇ କୋଣାର୍କ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମୟ ୧୧ଟା ୩୦ ସୁଦ୍ଧା ଅଞ୍ଚଳର ସମସ୍ତ ଭସାଣୀ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବା ପରେ ବିନା ଅନୁମତିରେ ନିମାପଡା ଗଡଅଣ୍ଡିଆ ସାହିର କିଛି ଯୁବକ ଭସାଣୀ କରିବା ନେଇ ଚନ୍ଦ୍ରଭାଗା ଆସିଥିଲେ ।ଏହି ସମୟରେ ସ୍ଥାନୀୟ ମାଙ୍କଡ଼ଗୋରଡି ଗ୍ରାମର କିଛି ଜୁବକ ଭସାଣୀ ସାରି ଫେରୁଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୈଣସି କାରଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା ଫଳରେ ଉଭୟ ମଧ୍ୟରେ ହାତାହାତି ହୋଇଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଥାନା କେଶ ନମ୍ବର ୨୦୩/୨୫ ଓ ୨୦୪/୨୫ ରେ ଦୁଇଟି ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଉଭୟ ପକ୍ଷରୁ ଆହତ ବ୍ୟକ୍ତିମାନେ ଭୁବନେଶ୍ବର ଓ ପୁରୀ ମେଡ଼ିକାଲରେ ଚିକିତ୍ସା ହେଉଥିବା ସୁଚନା ମିଳିଛି।

