ବାରିପଦା,୨୫/୦୯(ପାଇକପୁଅ)ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ରାଷ୍ଟ୍ର ଭାଷା ହିନ୍ଦୀ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏହାର ବ୍ୟବହାର ସମ୍ପର୍କରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି।ଏହି ଅବସରରେ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହିନ୍ଦୀ ପ୍ରବନ୍ଧ ଲିଖନ ଓ ବକୃତା ପ୍ରତିଯୋଗୀତାରେ ବିଭିନ୍ନ ବର୍ଗର ଡ଼ାକ କର୍ମଚାରୀ ମାନେ ଭାଗ ନେଇଥିଲେ। ମୟୂରଭଞ୍ଜ ଡ଼ାକ ମଣ୍ଡଳର ଅଧିକ୍ଷକ ଜଗଦୀଶ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ଡାକ ଉପ ଅଧିକ୍ଷକ ପ୍ରଣବ କୁମାର ମିଶ୍ର ଓ ଡ଼ାକ ନିରୀକ୍ଷକ କୁମାର ପ୍ରସାଦ ଜେନା ଯୋଗ ଦେଇ ଦୈନଦିନ ଜୀବନ ସହିତ କାର୍ଯ୍ୟାଳୟରେ ମଧ୍ୟ ରାଷ୍ଟ୍ରଭାଷାକୁ ପ୍ରଧାନ୍ୟ ଦେବାପାଇଁ ପରାମର୍ଶ ଦେଇଥିଲେ। ହିନ୍ଦୀ ବକୃତା ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୌଶିକ କୁମାର ଆଢ୍ଯ, କୌଶଲ୍ୟା ସିଂ ଓ ଶୁଭଙ୍କର ଦାଶଙ୍କୁ ଡ଼ାକ ଅଧିକ୍ଷକ ପୁରସ୍କୃତ କରିଥିଲେ. ଏହି କାର୍ଯ୍ୟକ୍ରମରେ ଡାକ ଅଧିକ୍ଷକ କାର୍ଯ୍ୟାଳୟର ଅନୀଲ କୁମାର ସାହା, ସୌରଭ କୁମାର ପାଲ, ସୁଶାନ୍ତ ବେହେରା, ରବିରଞ୍ଜନ ସେନାପତି, ନୟନରଞନ ସାହୁ, ବିଧୁଭୂଷଣ ବେହେରା, ତପେଶ୍ଵର ନାଥ ମିଶ୍ର, ରତନ ହେମ୍ବ୍ରମ, ଶ୍ରୀଧର ସେଠୀ, ଶରତ ମହାପାତ୍ର, ବିଜୟ କୁମାର ସାହୁ, ଅଭିଳାଷ ମହାନ୍ତି, ସଂଚୟୀତା ଦେଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ବୋଲି ଡାକ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତ ସୂଚନା ଦେଇଛନ୍ତି।

