ବାରିପଦା ୨୫/୦୯(ପାଇକପୁଅ)ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ ଏବଂ ୨୬ଗୋଟି ବ୍ଲକର ସଭାପତି ମାନଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି,ସ୍ୱାଧୀନତା ପୂର୍ବରୁ ବର୍ତମାନର ମୟୁରଭଞ୍ଜ ଜିଲ୍ଲା ଏକ ସ୍ୱାଧୀନ ଗଡଜାତ ରାଜ୍ୟ ଥିଲା. ଅତୀତରେ ପଶ୍ଚିମବଙ୍ଗର ମେଦିନୀପୁର, ବିହାର ରାଜ୍ୟର ପୂର୍ବ ଓ ପଶ୍ଚିମ ସିଙ୍ଗଭୁମ ତଥା ସଢେଇକଳା ଏବଂ ଖରସୁଆଁ କେନ୍ଦୁଝର ଜିଲ୍ଲା, ବାଲେଶ୍ୱର ଜିଲ୍ଲାର ନୀଳଗିରି ଗଡଜାତ ଓ ଉତ୍ତର ବାଲେଶ୍ୱର ରେ ଥିବା ବନ୍ଦରାଞ୍ଚଳ ଇତ୍ୟାଦି ବୃହତ୍ତ ମୟୁରଭଞ୍ଜ ରାଜ୍ୟରେ ସାମିଲ ଥିଲା। ବ୍ରିଟିଶ ରାଜତ୍ୱ ସମୟରେ ମୟୁରଭଞ୍ଜ ଗଡଜାତ ଏକ ସବୁଠାରୁ ପ୍ରଗତିଶୀଳ ରାଜ୍ୟ ଭାବେ ଭାରତ ବର୍ଷରେ ପରିଗଣିତ ହେଇଥିଲା।ଭାରତ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଏକବର୍ଷ ଧରି ମୟୁରଭଞ୍ଜ ସ୍ୱତନ୍ତ୍ର ରାଜ୍ୟ ଭାବରେ ରହିଥିଲା।ତେବେ ଜନସାଧାରଣ ଙ୍କର ପ୍ରବଳ ବିରୋଧ ସତ୍ୱେ ୧୯୪୯ ମସିହା ଜାନୁଆରୀ ୧ତାରିଖରେ ମୟୁରଭଞ୍ଜକୁ ଚକ୍ରାନ୍ତ କରି ପ୍ରଥମେ ଭାରତବର୍ଷ ଏବଂ ପରେ ଓଡିଶା ପ୍ରଦେଶ ସହିତ ଏକ ଜିଲ୍ଲା ଭାବରେ ସମ୍ମିଶ୍ରଣ କରାଯାଇଥିଲା।ସ୍ୱାଧୀନତାର ୭୮ବର୍ଷ ପରେ ପୁଣି ମୟୁରଭଞ୍ଜର ଅସ୍ମିତା ପ୍ରତି ବିପଦ ସୃଷ୍ଟି ହୋଇଅଛି।ଏବେ ଜିଲ୍ଲାକୁ ବିଖଣ୍ଡିତ କରାଯିବାର ମସୁଧା ଚାଲିଛି. ମୟୁରଭଞ୍ଜ ଏକ ବୃହତ ଆଦିବାସୀ ଜିଲ୍ଲା। ଭାରତୀୟ ସମ୍ବିଧାନର ପଞ୍ଚମ ଅନୁସୂଚିତ ଅନ୍ତର୍ଭୁକ୍ତ ଅଟେ।ତ୍ରିପୁରା ଗଡଜାତ ରାଜ୍ୟକୁ ଯେପରି ରାଜ୍ୟର ମାନ୍ୟତା ଦିଆଗଲା ସେହି ପରି ମୟୁରଭଞ୍ଜ ଜିଲ୍ଲାକୁ ଏକ ରାଜ୍ୟର ମାନ୍ୟତା ଦିଆଯିବା ପାଇଁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଦାବୀ କରାଯାଇଛି। ଏହି ଅବସରରେ ଶ୍ରୀଦାସ ଡବଲ ଇଞ୍ଜିନ ସରକାର ସରକାରକୁ କଡା ସମାଲୋଚନା କରି, ଓଡିଶା ସରକାରଙ୍କ ମୟୁରଭଞ୍ଜ ପ୍ରୀତି ନାହିଁ ବୋଲି କହିଛନ୍ତି ଏବଂ ମୟୁରଭଞ୍ଜ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନଦେଲେ ଆଗାମୀ ଦିନରେ ଏଥିପାଇଁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବ ବୋଲି କହିଛନ୍ତି।ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୁରଭଞ୍ଜ ଜିଲ୍ଲା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ସହିତ ଉପସଭାପତି ରାଜା ହେମ୍ବ୍ରମ, ଘନଶ୍ୟାମ ପିଙ୍ଗୁଆ, ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, କେନ୍ଦ୍ରୀୟ କମିଟି ସଦସ୍ୟ ଦିବାକର ସୋରେନ, ରାଜ୍ୟ ପରିଷଦ ସଭ୍ୟ ସନାତନ ମୁର୍ମୁ, ଟାଉନ ସଭାପତି ତରେନ ସେନାପତି, ବେତନଟି ବ୍ଲକ ସଭାପତି ଡମାନ ମୁର୍ମୁ, କୁଳିଅଣା ବ୍ଲକ ସଭାପତି ଭାଗିରଥି ସୋରେନ, ବିଶୋଇ ବ୍ଲକସଭାପତି ଶ୍ୟାମ ସୁନ୍ଦର ହାଁସଦା, ଶୁଳିଆପଦା ବ୍ଲକ ସଭାପତି ମନୋଜ ଦାନ, ସାମାଖୁଣ୍ଟା ବ୍ଲକ ସଭାପତି ଗୌରଚନ୍ଦ୍ର ସିଂ, ରାସଗୋବିନ୍ଦପୁର ବ୍ଲକ ସଭାପତି ସୁକୁଲ ମାର୍ଣ୍ଡି, ଉଦଳା ବ୍ଲକ ଉପଦେଷ୍ଟା ଶିରୀଶ ଟୁଡୁ, ଅଭିଷେକ ଦଣ୍ଡପାଟ, ସୁଜିତ ବେହେରା, ସେକ ଆଶାବଦ, ବାବୁଲା ମୁର୍ମୁ, ବିଶ୍ୱନାଥ ରାୟ, ମସ୍ତରାମ ହେମ୍ବ୍ରମ, ଦିଲ୍ଲୀପ ଟୁଡୁ, ଦୁବାଇ ସୋରେନ,ଏବଂ ଶତାଧିକ କର୍ମୀ ଉପସ୍ଥିତଥିଲେ।

