ବାରିପଦା,୨୫/୦୯(ପାଇକପୁଅ)ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୪ ନଂ ୱାର୍ଡ ସ୍ଥିତ ଲାଲବଜାର ଓଡ଼ିଆ ପଡା ଦୁର୍ଗାପୂଜା ମଣ୍ଡପ ନିକଟରେ ୭ମ ବାର୍ଷିକ ମୟୁରଭଞ୍ଜ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ ଅକ୍ଟୋବର ମାସ ୬ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି।ଏହି ଚମ୍ପିୟାନସିପରେ ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷରୁ ଅଧିକ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ମୁଖ୍ୟ ଆୟୋଜକ ଲୋହିତ ଦାଶ ଜଣାଇଛନ୍ତି। ସାଇ ଫିଟନେସ ଫାଷ୍ଟ, ଲାଲବଜାର ଆନୁକୂଲ୍ୟରେ ଆୟୋଜିତ ହେବାକୁଥିବା ଏହି ଚମ୍ପିୟାନସିପକୁ ପ୍ରତିବର୍ଷ ପରି ସଫଳତାର ସହ ସମ୍ପନ୍ନ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହମ୍ମଦ କରିମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୁଶାନ୍ତ କୁମାର କରଣ, ବିନୋଦ କୁମାର ରାମ, ଜୀତେନ୍ଦ୍ର ବେହେରା, କାର୍ତ୍ତିକ ବାରିକ, ଯତୀନ୍ଦ୍ର କୁମାର ଦାସ, ରାଜା ଖାନ, ଦେବୀଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ। ଏହି ଅବସରରେ ଚମ୍ପିୟାନସିପର ସୁପରିଚାଳନା ପାଇଁ ଗଠିତ କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ଗିରିଶ ଚନ୍ଦ୍ର ଦାସ, ସଭାପତି ବିପ୍ଳବ ଭଂଜନ ବୁଗୁଡେଇ, ସାଧାରଣ ସମ୍ପାଦକ ଲୋହିତ ଦାଶ ଏବଂ ଉପଦେଷ୍ଟା ଭାବେ ଚନ୍ଦନ ବାନାର୍ଜୀ ଓ ପୃଥ୍ୱୀରାଜ ଦାଶ ମନୋନୀତ ହୋଇଛନ୍ତି।

