ବାରିପଦା,୨୫/୦୯(ପାଇକପୁଅ)ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଦ୍ୱାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପ୍ରମୋଦ କୁମାର ଶତପଥି ମୁଖ୍ୟ ଅତିଥି ଭାବେ, ସ୍ପୋର୍ଟ୍ସ କାଉନସିଲର ନିର୍ଦେଶକ ପ୍ରଭଞ୍ଜନ ମଲ୍ଲିକ, ପ୍ରଫେସର ବିଶ୍ୱଜିତ ରଥ, କମ୍ପଟ୍ରୋଲ୍ଳେର ଅଫ ଫାଇନାନ୍ସ ବି.ସି. ଦେହୁରୀ ଓ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କବାଡି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ଥାନୀୟ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଛି।ପୁରୁଷ ବିଭାଗରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ନାତକତ୍ତର ପରିଷଦ ଉପବିଜେତା ହୋଇଥିବା ବେଳେ ମହିଳା ବିଭାଗରେ ମହାରାଜା ପୂର୍ଣ୍ଣ ଚନ୍ଦ୍ର ମହାବିଦ୍ୟାଳୟ ଉପବିଜେତା ଭାବେ ଘୋଷିତ ହୋଇଛନ୍ତି। ଉଭୟ ଚାମ୍ପିୟାନ ଦଳଙ୍କୁ ମୁଖ୍ୟ ଅତିଥି କୁଳପତି ଡ଼ ଶତପଥି ସିଲଡ଼ ପ୍ରଦାନ କରିଥିଲେ।ପୁରୁଷ ଓ ମହିଳା ବିଭାଗ ରେ ୭ ଗୋଟି ଟିମରେ ୧୫୦ଛାତ୍ର ଓ ୧୫୦ ଛାତ୍ରୀ ଭାଗ ନେଇଥିଲେ।ସେମାନଙ୍କ ମଧ୍ୟ ରୁ ୧୨ ଜଣ ଲେଖାଏଁ ପୁରୁଷ ଓ ମହିଳା ବିଭାଗ ପାଇଁ ଚୟନ କରାଗଲା। ଆସନ୍ତା ୬ ଅକ୍ଟୋବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଛତିଶଗଡ ଠାରେ ହେବାକୁ ଥିବା ପୂର୍ବାଞ୍ଚଳ ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଯାଇଥିବା ଉଭୟ ପୁରୁଷ ଓ ମହିଳା ଦଳ ଗସ୍ତ କରିବେ। ଏହି ପ୍ରତିଯୋଗିତା କୁ ଖେଳ ଅଧିକାରୀ ପ୍ରଦୀପ୍ତ ରଞ୍ଜନ ଦାଶ ପରିଚାଳନା କରିଥିଲେ।

