ବାରିପଦା, ୨୫/୦୯(ପାଇକପୁଅ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ୧୯୬୯ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଜାତୀୟ ସେବା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ସେହି ବର୍ଷ ଠାରୁ ଆଜିର ଦିନକୁ ଜାତୀୟ ସେବା ଯୋଜନା ଦିବସ ରୂପେ ପାଳନ କରାଯାଇ ଆସୁଛି।ଏହି ଉପଲକ୍ଷେ ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଏକା ଉଣ୍ଟେନସି ଆଣ୍ଡ ମ୍ୟାନେଜମେଣ୍ଟର ଜାତୀୟ ସେବା ଯୋଜନା ୟୁନିଟ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ସେବା ଯୋଜନାର ମୂଳ ଲକ୍ଷ୍ୟ ହାସଲ ପାଇଁ ଶୃଙ୍ଖଳା ଭିତରେ ରହି ନିଜର ହିତ ସାଧନ କରିବା ସହ ଗୋଷ୍ଠୀଗତ ସେବା ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ବିଏଏଲଏଲବି ବିଭାଗ ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା, ଅଧ୍ୟାପିକା ମୀରା ସେନାପତି, ଦୀପଞ୍ଜଳି ପାତ୍ର ଜ୍ୟୋତିରେଖା ନାୟକ ଓ ରୀତିକା ଦାସ ପ୍ରମୁଖ ନିଜ ଭିତରେ ଥିବା ନେତୃତ୍ୱ ନେବାର ପରାକାଷ୍ଠାକୁ ସେବା ମାଧ୍ୟମରେ ହିଁ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରିଣୀ ସୁଶ୍ରୀ ନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ସମ୍ବିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

