ବାରିପଦା,୧୩/୦୯(ପାଇକପୁଅ)ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ୫.୬୮ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ତଦନ୍ତ ଚାଲିଥିବା ବେଳେ, ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲୁହାଶୀଳା ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁଷ୍ପିତା ମହାକୁଡ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବାର ଜଣାଯାଇଛି. ସେ ବରିଷ୍ଠ ନାଗରିକଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ୫,୬୮,୯୫୦ ଟଙ୍କା ହଡ଼ପ କରିଥିବା ଜଣାପଡିଛି. ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ ଥାନା କେସ ନଂ.୧୦ ତା ୧୨.୦୯.୨୦୨୫ ରିଖ ମୂଳେ ମାମଲା ରୁଜୁ ହୋଇ ଆଜି ଗିରଫ ପରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରେ ହାଜର କରାଯାଇଛି. ଭିଜିଲାନ୍ସ ତରଫରୁ ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି କୁହାଯାଇଛି।

