ବାଲିଗୁଡା,୧୩/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ଅଧ୍ଯକ୍ଷ ନୀଳାତଳ ମହାରଣା ଜିଲ୍ଲା ସଂଯୋଜକ ତଥା ପ୍ରାଥମିକ ଚିକିତ୍ସା ବିଶାରଦ ଡ.ବିଭୂତି ଭୂଷଣ ଆତାର୍ଯ୍ଯ, ବିଷୟ ବିଶାରଦ ଡାକ୍ତର ବିବେକାନନ୍ଦ ମଲାଣ ପ୍ରମୁଖ ଉପସ୍ଥିତ ରହି ନମୁନା ଦେଖାଇ ବୁଝାଇ ଥିଲେ। ଚଳିତ ବର୍ଷର ପାଗ ପରିବର୍ତ୍ତନରେ ପ୍ରାଥମିକ ଚିକିତ୍ସା ପ୍ରସଙ୍ଗ ଉପରେ ସମସ୍ତ ଅତିଥି ଗୁରୁତ୍ୱ ଦେଇଥିଲେ।ସ୍ବେଛାସେବୀଙ୍କ ବିଭିନ୍ନ ସନ୍ଦେହ ମୋଚନ କରାଯାଇଥିଲା କାଉନସେଲର ମାନସ ରଂଜନ ପ୍ରଧାନ ପ୍ରାରମ୍ଭିକ ସୂତନା ଓ ଧନ୍ଯବାଦ ଅର୍ପଣ କରିଥିଲେ।

