ମାଲକାନଗିରି,୦୭/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୨ ନଂ ୱାର୍ଡ ସ୍ଥିତ ଆନିଆ ସାହିର ମିସ୍ତ୍ରୀ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଆଜି ସକାଳ ସମୟରେ ୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ଘର କୋଣରେ ଆଜି ଭୋର ସମୟରୁ ଅଜଗରଟି ଆସି କିପରି ଲୁଚି ରହିଥିଲା। ବ୍ୟକ୍ତି ଜଣଙ୍କ ଘରଟି କିପରି ଦୁର୍ଗନ୍ଧ ହେବାରୁ ଘର ଲୋକ ମୂଷା ମରିଯାଇଥିବା ଭାବି ଘରର ଏଣେତେଣେ ଖୋଜି ବୁଲିଥିଲେ। ଦେଖିଲା ବେଳକୁ ଘର କୋଣରେ ୭ ଫୁଟ ଲମ୍ବ ମୋଟା ଅଜଗରଟି ସଁ ସଁ ହେଉଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ନେକ କ୍ୟାଚର ରାଜେନ୍ଦ୍ର ଖରାଙ୍କୁ ଫୋନ ଯୋଗେ ଡକାଇଥିଲେ। ରାଜେନ୍ଦ୍ର ପହଂଚି ଦୀର୍ଘ ସମୟର କସରତ ପରେ ମୋଟା ଅଜଗରଟିକୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ଅଜଗରଟି କାହାରି କୌଣସି କ୍ଷତି କରି ନଥିବା ବେଳେ ସ୍ନେକ କ୍ୟାଚର ରାଜେନ୍ଦ୍ର ସୁରକ୍ଷିତ ଭାବେ ନେଇ ମଶାଣି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସୁଚନା ମିଳିଛି। ତେବେ ଏହି କଲୋନୀଟି ନଦୀ କୁ ଲାଗି ରହିଥିବା ବେଳେ ଲଗାଣ ବର୍ଷାରେ ନଦୀରେ ସାପଟି ଭାସି ଆସିଥିବା ନେଇ ଅନୁମାନ କରାଯାଉଛି।

