ମାଲକାନଗିରି,୦୫/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍କା ବାଲିମେଳା ବନ ବିଭାଗ ପକ୍ଷରୁ ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ବାଲିମେଳା ବନାଞ୍ଚଳ ବିଭାଗ ପକ୍ଷରୁ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁଆଙ୍କ ତତ୍ୱାବଧାନରେ ଏବଂ ବାଲିମେଳା ବନାଞ୍ଚଳ ଅଧିକାରିଣୀ ଲିସ୍ମିତା କଅଁରଙ୍କ ନେତୃତ୍ୱରେ ଏକ ପେଡ ମା କେ ନାମ ସଚେତନତା ରଥ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ବନପାଳ ମୋହନ ଗୁଡ଼ିଆ, ଶ୍ରୀଚନ୍ଦ୍ର ମାଝୀଙ୍କ ସମେତ ବନରକ୍ଷୀ ପ୍ରଶାନ୍ତ କୁମାର ରାଉତ, ସୁପ୍ରଭା ଦାସ, ଜୋଶ୍ନାରାଣୀ ପଣ୍ଡାଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏକ ପେଡ ମା କେଲିଏ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ କରାଯାଇଛି। ଆମ ଜନ୍ମଧାତ୍ରୀ ମା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା ପାଇଁ ସମସ୍ତେ ଗଛଟିଏ ଲଗାଇବା ନିତ୍ୟାନ୍ତ ଆବଶ୍ୟକ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ବାଲିମେଳା ବନାଞ୍ଚଳ ପକ୍ଷରୁ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ସମସ୍ତ ପଞ୍ଚାୟତରେ ଆଜି ଠାରୁ ଚାରା ଯୋଗାଇ ଦିଆଯିବା ସହିତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ।ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ସହିତ ବିଭିନ୍ନ ପ୍ରକାର ଫଳ ଓ ଔଷଧିୟ ବୃକ୍ଷ ରୋପଣ କରାଯିବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଥିବା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ କଅଁର କହିଛନ୍ତି।

