ଯୋଡ଼ା, ୦୫/୦୯ (ପାଇକପୁଅ)କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବନେଇକଳା ନିକଟସ୍ତ ସିଦ୍ଧ ମଠ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ।
ଜଙ୍ଗଲ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକ ପ୍ରତେକ୍ ଦିନ ଛତୁ ଗୋଟାଇବା, ପତ୍ର ତୋଳିବା, ଛେଳି ଚରେଇବା, ଦାନ୍ତ କାଠି ସଂଗ୍ରହ କରିବା, ଜାଳେଣି କାଠ ଇତ୍ୟାଦି ସଂଗ୍ରହ କରିବାକୁ ଯାଆନ୍ତି। ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ସକାଳୁ ଜଙ୍ଗଲକୁ ଯାଇଥିବା ବେଳେ ଗୋଠାଛଡା ଦନ୍ତାହାତୀର ଆକ୍ରମଣରେ ବନେଇ କଳା ବସ୍ତିର କରଣ ନାଏକ ଗୁରୁତର ଆହତ ହୋଇଥିଲେ। ସାଥିରେ ଥିବା ଅନ୍ୟ ଲୋକ ମାନେ ଗୁରୁତର ଅବସ୍ଥାରେ କମାର ଯୋଡ଼ା ମେଡ଼ିକାଲ କୁ ନେଇଥିଲେ। ବନ ବିଭାଗ ଖବର ପାଇ ମେଡ଼ିକାଲରେ ପହଞ୍ଚି ଥିଲେ, କରଣ ଙ୍କ ଅବସ୍ତା ସଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଥିବା ଜଣାପଡିଛି। ଗତ କାଲି ଏହି ଗୋଠ ଛଡ଼ା ହାତୀ ଭାଦ୍ରାସହି ଅଞ୍ଚଳରେ ଉପଦ୍ରବ କରି ଘର ଦ୍ବାର ଭାଙ୍ଗିଥିଲା ତେବେ ବନ ବିଭାଗ ହାତୀ ର ଗତିବିଧିକୁ ଠିକ୍ ଭାବରେ ଅନୁଧ୍ୟାନ ନକରି ଳୋକଙ୍କୁ ସତର୍କ ସୂଚନା ଦେଇନଥିବା ଯୋଗୁଁ ଏଭଳି ଅଘଟଣ ଘଟିଗଲା। ଯଦି ବନବିଭାଗ ପୂର୍ବରୁ ସତର୍କ ସୂଚନା ଦେଇଥାନ୍ତେ ତେବେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିନଥାନ୍ତା।

