ବାରିପଦା, ୦୪/୦୯(ପାଇକପୁଅ)ମହାରାଣୀ ପ୍ରେମକୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କୃତୀ ଶିକ୍ଷକ ଡ. ଶଶିଧର ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର କଲିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି ଯୋଗଦେଇ ଆର୍ଦଶ ଶିକ୍ଷକ ସବୁବେଳେ ଛାତ୍ର ଛାତ୍ରୀ ମାନଙ୍କ ଠାରେ ପୂଜ୍ୟ ହୋଇଥାଏ ବୋଲି ମତ ପୋଷଣ କରିଥିଲେ।ପ୍ରାରମ୍ଭର ବରିଷ୍ଠ ଶିକ୍ଷୟିତ୍ରୀ ମାଧୁରୀ ଦ୍ୱିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର କଲିଆ ଅବସର ନେଉଥିବା କୃତି ଶିକ୍ଷକ ଡ. ଶଶିଧର ଶିଶ୍ୱାଳଙ୍କର ଦୀର୍ଘ ୩୬ ବର୍ଷର କାର୍ଯ୍ୟ ଶୈଳି ଓ ଶିକ୍ଷାଦାନ ଉପୟ ଆଲୋକ ପାତ କରିଥିଲେ। ଛାତ୍ରୀମାନେ ବିଦାୟୀ ଶିକ୍ଷକଙ୍କ ଉଦ୍ଦେଶରେ ବିଦାୟୀ ସଂଗୀତ ଗାନ କରିଥିବା ବେଳେ, ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ଅବସର ନେଉଥିବା ଶିକ୍ଷକ ଡ. ଶଶିଧର ବିଶ୍ୱାଳଙ୍କୁ ଉତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ. ଶିକ୍ଷକ ଡ଼. ବିଶ୍ୱାଳ ନିଜ ଚାକିରୀ ଜୀବନର ଅଭିଜ୍ଞତା କହିଥିବା ବେଳେ, ବରିଷ୍ଠ ଶିକ୍ଷକ କମଳାଂଶୁ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

