ମାଲକାନଗିରି,୦୪/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି କଲେଜରେ ଯୁବ ରେଡ୍ କ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଯୁବ ରେଡ୍ କ୍ରସ ପ୍ରତିଷ୍ଠାତା ଜନ ହେନେରୀ ଡୁନାନଟଙ୍କ ଫଟୋଚିତ୍ର ରେ ଅତିଥିମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହାପରେ ଯୁବ ସେବକ-ସେବିକାମାନେ ମଧୁର ସ୍ୱରରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ ଯୁବ ରେଡ୍ କ୍ରସ ସଂଯୋଜକ ତଥା ସମ୍ପାଦକ ବିଘ୍ନେଶ୍ୱର ପିଡ଼ିସିକା ଅତିଥିମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ସ୍ୱାଗତ ଅଭିଭାଷଣ ପ୍ରସ୍ତୁତ କଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଯଥାଯଥ ଭାବରେ କଲେ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଯୁବ ରେଡ କ୍ରସ ଜିଲ୍ଲା ସମନ୍ୱୟକାରୀ। ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ, ଜିଲ୍ଲା ରେଡ୍ କ୍ରସ୍ ସୋସାଇଟି ଯୋଗଦେଇ ଥିଲେ। ପ୍ରେମ ରେଖା ଭୋତ୍ର।, ଅଧ୍ୟକ୍ଷା, ମାଲକାନଗିରି କଲେଜ ତଥା ଯୁବ ରେଡ କ୍ରସ୍ ଅଧ୍ୟକ୍ଷା ସଭା ରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନୀଲ କୁମାର ନାୟକ ଜିଲ୍ଲା ଅଗ୍ନୀଶ୍ରମ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ସୁଶାନ୍ତ ମାଝୀ, ସମର ଶକ୍ଷାର୍ଥୀ ବାହିନୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ମାଲକାନଗିରି କଲେଜ ପରିସରରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ବହୁ ଯୁବ ରେଡ କ୍ରସ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାଗ ନେଇଥିଲେ। ଏଥିରେ ଜିଲ୍ଲା ଯୁବ ରେଡ କ୍ରସ ତରଫରୁ ଉନ୍ନତି କରଣ ଦିଗ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

