ମାଲକାନଗିରି,୩୧/୦୮ (ସୁଧାଂଶୁ ଶେଖର ମହାନ୍ତି)କାଲିମେଳା ବ୍ଲକ ଶିକ୍ଷା ଅନ୍ତର୍ଗତ ଲୁଗେଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୯ ବର୍ଷର ଦୀର୍ଘ ଶିକ୍ଷକତା ଜୀବନ ସଫଳତାର ସହ ସମାପନ କରିଥିବା ବରିଷ୍ଠ ଶିକ୍ଷକ ତପନ କୁମାର ବାଇନଙ୍କୁ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ବାରୋଇ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ଵର ନାୟକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ ପ୍ରମୁଖ ଉପସ୍ଥିତ ଥିଲେ। ଦାମୋଦର ଦୁରୁଆଙ୍କ ସଭାପତିତ୍ଵରେ ଏହି ସ୍ମରଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ବାଇନଙ୍କର ଦୀର୍ଘ ବର୍ଷର ଶିକ୍ଷକତା ଜୀବନରେ ତାଙ୍କର ଅବଦାନ, ନିଷ୍ଠା ଏବଂ ସଫଳତା ବିଷୟରେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ବାଇନଙ୍କୁ ସମ୍ମାନଜନକ ଭାବେ ବିଦାୟ ଦିଆଯାଇ ତାଙ୍କର ସୁଖମୟ ଓ ସ୍ଵାସ୍ଥ୍ୟକର ଭବିଷ୍ୟତ ନିମନ୍ତେ ସମସ୍ତେ କାମନା କରିଥିଲେ। ଆଜିର ଏହି ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପରିମଳ ସାନା, ସୁରେଶ ବଳ, ଅକ୍ଷୟ କୁମାର ରାଉତ, ପାର୍ବତୀ ପ୍ରଧାନ, ଲାଛି ସୋଡ଼ୀ, ସାବିତ୍ରୀ ମାତୁମ ଏବଂ ଗୋବିନ୍ଦ ମଣ୍ଡଳ ପ୍ରମୁଖ ଥିଲେ। ଶିକ୍ଷକ ସଚିନ କୃଷ୍ଣ ସାନା, ଗୋଦାବରୀଶ ଦାସ ଏବଂ କୃଷ୍ଣ ମଣ୍ଡଳ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

