ଯୋଡ଼ା,୩୧/୦୮(ପାଇକପୁଅ)କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ହେସାବେଡା ଠାରେ ଆର୍ସଲ ମିତଲ କମ୍ପାନୀ ର ସ୍ଲରୀ ପାଇପ ବିଛା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି l ଏହି କାର୍ଯ୍ୟ କୁ ରୁପଲ କନଷ୍ଟ୍ରକ୍ସନ ନାମକ ଠିକା ସଂସ୍ଥା କାମ କରୁଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି କାମ ବନ୍ଦ ରହି ଥିଲା ମାତ୍ର ଏବେ ମିତଲ କମ୍ପାନୀ ଖଣିଜ ପରିବହନ ନିମନ୍ତେ ସ୍ଲରୀ ପାଇପ ବିଛା କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ସୁରକ୍ଷା ନିୟମ ଠିକ ଭାବେ ପାଳନ କରୁ ନ ଥିବା ଜଣାପଡେ l ଶୁକ୍ରବାର ସନ୍ଧ୍ୟା ସମୟରେ ଜଣେ ଶ୍ରମିକ ପ୍ରାୟ ସାତ ଫୁଟ ଗାତ ଭିତରେ ପଶି କାର୍ଯ୍ୟ କରୁଥିବା ବେଳେ ଉପର ପଟୁ ମାଟି ଅତଡ଼ା ଖସି ଯିବା ଦ୍ୱାରା ଶ୍ୱାସ ରୁଦ୍ଧ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛି l ଯୁବ ଶ୍ରମିକ ଙ୍କ ନାଁ କାର୍ତିକ ସାମନ୍ତ(35) ଘର କପା ସରିଆ ଥାନା ମହିଷାଦାଲ ଜିଲ୍ଲା ପୂର୍ବ ମେଦିନୀପୁର l ଖବର ପାଇ ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ କୁ ଉଦ୍ଧାର କରି ଯୋଡ଼ା ସ୍ଥିତ ଏକ ଘରୋଇ ଡାକ୍ତରଖାନା କୁ ନେଇ ଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ବାମେବାରୀ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l ଏପଟେ ଯୋଡ଼ା ସ୍ଥିତ ଘରୋଇ ଡାକ୍ତର ଖାନା ରେ ଶ୍ରମିକ ଙ୍କ ଘର ଲୋକ ଓ କମ୍ପାନୀ କତୃପକ୍ଷ ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିଲା। ତେବେ ଖଣି ଅଞ୍ଚଳ ରେ କମ୍ପାନୀ ଓ ଠିକାଦାର ଙ୍କ ଦ୍ୱାରା ଅସୁରକ୍ଷିତ କାର୍ଯ୍ୟ ଶୈଳୀ ପାଇଁ ବାରମ୍ବାର ନିରୀହ ଶ୍ରମିକ ମାନଙ୍କ ମୃତ୍ୟୁ ହେଉଥିବା ବେଳେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

