ବାରିପଦା, ୨୮/୦୮(ପାଇକପୁଅ) ବାରିପଦା ଲାଇନ୍ସ କ୍ଲବ ସଭାଗୃହରେ ପ୍ରସନ୍ନ କୁମାର ଦାଶ ସ୍ମୃତିକମିଟି ଆନୁକୂଲ୍ୟରେ ଡ଼. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ଜନନାୟକ ପ୍ରସନ୍ନ କୁମାର ଦାଶଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପୂର୍ଣଚନ୍ଦ୍ର ବୁଗୁଡେଇ, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ମୁଖ୍ୟ ବକ୍ତା ଭାବରେ ଡ଼. ରମାକାନ୍ତ ସିଂହ ପ୍ରମୁଖ ଯୋଗଦେଇ ପ୍ରସନ୍ନଦାଶ ଓ ଛାତ୍ର ସମସ୍ୟା ଶୀର୍ଷକ ଉପରେ ଆଲୋଚନା କରି ସ୍ୱର୍ଗତଃ ଦାଶଙ୍କ ନିଚ୍ଛକ ଜୀବନ ଚରିତ ବର୍ଣନା କରିବା ସହିତ ତାଙ୍କର ସାଲିସବିହୀନ ରାଜନୈତିକ ଜୀବନ ଉପରେ ବକ୍ତବ୍ୟ ରଖି ବୁଦ୍ଧିଜୀବୀ ଓ ଉତ୍ତର ପିଢ଼ି ମୟୁରଭଞ୍ଜ ର ହକ ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇ ଥିଲେ। କାର୍ଯ୍ୟକ୍ରମରେ ସ୍ୱରୂପ ମିଶ୍ର, ମହାଦେବ ଦାଶ, ଡ଼. ମୋହିତ କୁମାର ଷଡ଼ଙ୍ଗୀ, ଡ଼. ସୁଶାନ୍ତ କୁମାର ପାତ୍ର, ଡ଼. ତରୁଣ କୁମାର ଓଝା, ଅରୁଣ କୁମାର ଓତା, ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଆଶିଷ ବସା, ଭାସ୍ବତୀ ବାରିକ ପ୍ରମୁଖ ପ୍ରସନ୍ନ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପୁତ୍ରବଧୂ ମନୋରମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ସକାଳେ ପରିବାର ବର୍ଗଙ୍କ ସହିତ ଅତିଥିମାନେ ଷ୍ଟେସନ ବଜାର ପଡିଆ ନିକଟରେ ପ୍ରସନ୍ନ ଦାଶଙ୍କ ପ୍ରତିମୂର୍ତ୍ତି ରେ ଦୀପଦାନ ଓ ମାଲ୍ୟାର୍ପଣ କରିଥିଲେ।

