କୋଣାର୍କ, ୨୮/୦୮(ପାଇକପୁଅ)କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁର ପ୍ରଥମ ପୁଜଭାବେ ଗଣେଷ ପୂଜା ହୋଇଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଯଥା ଆଶ୍ରମ ସ୍କୁଲ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷାଶ୍ରମ, ଏସ ଏସ ଡି ଉଚ୍ଚ ବିଦ୍ୟାଳୟ, ଭେଙ୍କଟଶ୍ୱର ଶିକ୍ଷାକେନ୍ଦ୍ର, ଜାଭିୟର ସ୍କ୍ଲଲ,କୋଣାର୍କ ଭଗବତୀ କଲେଜ ସମେତ ବିଭିନ୍ନ ଯୁବକ ସଂଘ, ସମାଜିକ ଅନୁଷ୍ଠାନ ଓ ଛକ ମାନଙ୍କରେ ଶ୍ରୀ ଗଣେଷଙ୍କ ପ୍ରତିମା ମାନ ପୂଜା ପାଉଥିବାରେ ଦେଖିବାକୁ ମିଳିଛି। କୋଣାର୍କ ଅଞ୍ଚଳର ସର୍ବ ପୁରାତନ ଟାଉନ ଗଣେଷ କମିଟି,ଥାନା ଛକ ସମେତ କୋଣାର୍କ ବସ ଷ୍ଟାଣ୍ଡ , ମାଧିପୂର୍ ଯୁବଶ୍ରୀ କ୍ଲବ୍, ହସ୍ତଶିଳ୍ପ ସଂଘ, ହୋଟେଲ ସଂଘ ପକ୍ଷରୁ ନିଡ଼ାମ୍ବର ପୂର୍ଣ୍ଣ ଭାବେ ପୂଜା ଅର୍ଚ୍ଚନା କରାଯାଇଅଛି। ଚଳିତବର୍ଷ ଟାଉନ ଗଣେଷ କମିଟି ପକ୍ଷରୁ ପ୍ରତିବର୍ଷ ପରି ପାଲା ମଣ୍ଡପରେ ସାତଦିନ ଧରି ବାଦୀ ପାଲା ଅନୁଷ୍ଟିତ ହେବ।ଚଳିତ ବର୍ଷ ଗାୟକ ଜ୍ଞାନ ଗୌରବ ଲକ୍ଷ୍ମୀଧର ପଣ୍ଡାଶର୍ମା ଓ ଗାୟକ ରସ ସାଗର ବସନ୍ତ କୁମାର ବେହେରା ସାତ ଦିନ ଧରି ପାଲା ପରିବେଷଣ କରାଯିବ ବୋଲି ଜଣାପଡିଛି।

