ମାଲକାନଗିରି,୨୭/୦୮ (ସୁଧାଂଶୁ ଶେଖର ମହାନ୍ତି)ଲଗାଣ ବର୍ଷାରେ ମାଥିଲି ବ୍ଲକ ମହୁପଦର ଏବଂ କମାରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ଶୁଣି ବର୍ଷାକୁ ଖାତିର ନ କରି ଆଜି ଭଳି ପବିତ୍ର ଗଣେଷ ପୂଜାରେ ଗ୍ରାମବାସୀ ଙ୍କ ନିକଟରେ ପହଁଚିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା। ତେବେ ବିଧାୟକ ଆଜି ଗଣେଷ ପୂଜା ଅବସରରେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହୋଇଥିବା ଗଣେଷ ପୂଜା ମଣ୍ଡପ ବୁଲି ଭଗବାନଙ୍କ ପୂଜାର୍ଚ୍ଚନା କରୁଥିଲେ। ସେହି ସମୟରେ ମାଥିଲି ବ୍ଲକ ର ଦୁର୍ଗମ ଅଂଚଳ କୁହାଯାଉଥିବା ମହୁପଦର ଏବଂ କମାରପାଲି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଲଗାଣ ବର୍ଷା ହେତୁ କିଛି ଘର ଭାଙ୍ଗିବା ସହ ଚାଷ ଜମିରେ ପାଣି ପଶି କ୍ଷତିଗ୍ରସ୍ତ ହୋଇଥିବା ବିଧାୟକ ଶ୍ରୀ ଖିଲ ଜାଣିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ସେ ଲଗାଣ ବର୍ଷାକୁ ଖାତିର ନ କରି ନିଜ କାର ଯୋଗେ ଉକ୍ତ ଗ୍ରାମ ଗୁଡିକରେ ପହଞ୍ଚି ବନ୍ୟା ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗ ଙ୍କୁ ଭେଟିଥିଲେ। ସେମାନଙ୍କ ଅସୁବିଧା ସୁବିଧା ପଚାରି ବୁଝିବା ସହ ତୁରନ୍ତ ସ୍ଥାନୀୟ ପ୍ରଶାସନ କୁ ଅବଗତ କରାଇଥିଲେ। ପରେ ବର୍ଷା ଜଳ ଘେରି ରହିଥିବା କିଛି ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷତି ହୋଇଥିବା ଚାଷ ଜମିଗୁଡିକ ବୁଲି ଦେଖିଥିଲେ। ତେବେ ବିଧାୟକଙ୍କ ଏପରି କାର୍ଯ୍ୟକୁ ଗ୍ରାମବାସୀ ଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

