ମାଲକାନଗିରି,୨୭/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କତାମେଟା ଗ୍ରାମରେ ଜନତା ସେବା କ୍ଳବ ତରଫରୁ ଚଳିତ ବର୍ଷ ଗଣେଶ ପୂଜା ମହାଆଡ଼ମ୍ବରେ ପାଳିତ ହୋଇଯାଇଛି ଉକ୍ତ ପୂଜାରେ ବିଶିଷ୍ଟ ସମାଜସେବୀ ରଞ୍ଜିତ ଦାସ (ବୁନୁ ଭାଇ) କର୍ତା ଭାବେ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ କ୍ଳବ ର ସଭାପତି ଡମ୍ବରୁଧର ସ୍ୱାଇଁ ସମ୍ପାଦକ ଆସିକ ସରକାର, ରାକେଶ କୁମାର ଦେ, ଅଭିଶେଖ ଦେ, ଗଣେଶ ଦେ ଏବଂ କ୍ଳବ ର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିବା ବେଳେ ପୂଜା ଦେଖିବା ନିମନ୍ତେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

