ବାରିପଦା, ୨୬/୦୮(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅନ୍ତର୍ଗତ କୁଂଚିଶୋଳ ଗ୍ରାମରେ ଏକ ରୁରାଲ ହସପିଟାଲ ଚଳାଇବା ପାଇଁ ଭୁବନେଶ୍ୱରର କିମସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି।ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନର ନିର୍ଦ୍ଦେଶିକ ସ୍ମିତା ମୁର୍ମଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି।ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ ପକ୍ଷରୁ ବଦ୍ରି ମହାପାତ୍ର ଓ କିମସ ପକ୍ଷରୁ ଏହାର ଗ୍ରୁପ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।ବୁଝାମଣା ଅନୁଯାୟୀ ହସପିଟାଲ ପାଇଁ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ ପକ୍ଷରୁ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଇଛି।କିମସ ହସପିଟାଲର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ, ଅପରେସନ ଓ ସମସ୍ତ ପ୍ରଶାସନିକ ଦାୟିତ୍ୱ ବହନ କରିବ।କିମସ ଓ ଶୁଭ୍ରା ପ୍ରିୟମ୍ବଦା ହସପିଟାଲ ହେଲେ ଏହା ଦ୍ୱାରା ବେତନଟୀ ତଥା ସ୍ଥାନୀୟ ଅଂଚଳର ଜନଜାତି ଓ ବହୁ ଜନସାଧାରଣ ଉପକୃତ ହୋଇପରିବେ।ବେତନଟୀର କୁଂଚିଶୋଳ ଗ୍ରାମ ହେଉଛି ଓଡ଼ିଶା ତଥା ଭାରତର ଗର୍ବ ଓ ଗୌରବ ଜମ୍ମୁ କାଶ୍ମୀରର ପ୍ରଥମ ଏଲଜି ତଥା ଭାରତର ପୂର୍ବତନ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମିତ ଗ୍ରାମ।

