ବାରିପଦା,୨୫/୦୮(ପାଇକପୁଅ)ବାରିପଦାସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ବିଦ୍ୟାଳୟରେ ଇନଟାକ, ନୂଆ ଦିଲ୍ଲୀ ଆନୁକୁଲ୍ୟରେ ମୟୂରଭଞ୍ଜ ଚାପ୍ଟର ଦ୍ବାରା ଲିଖିତ ଜାତୀୟ ଐତିହ୍ୟ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି।ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୧୩୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଆବାହକ ମେଜର ରବୀନ୍ଦ୍ରନାଥ ପରିଡ଼ା ଜାତୀୟ ସ୍ତରର ଏ କାର୍ଯକ୍ରମର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ, ସହ ଆବାହକ ଡ଼. ତରୁଣ କୁମାର ଓଝା ଓ ଭିକାରୀ ଚରଣ ବସା, ଉପଦେଷ୍ଟା ରାସେଶ୍ବର ସାହୁ, ବରିଷ୍ଠ ସଦସ୍ୟ କୈବଲ୍ୟ ପ୍ରସାଦ ମହାପାତ୍ର, ବସନ୍ତ କୁମାର ପାତ୍ର, ପ୍ରଦୀପ କୁମାର ପାଣି, ଯତୀନ୍ଦ୍ର ନାଥ ବସା, ନରସିଂହ ବାରିକ, ବୀଣାପାଣି ପଣ୍ଡା, ଶୈଳେନ୍ଦ୍ର ନାଥ ଜ୍ୟୋତିଷୀ, ଦିଲ୍ଲୀପ କୁମାର ଦାସଙ୍କ ସହିତ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତ, ବରିଷ୍ଠ ଶିକ୍ଷକ ଡ଼. ଶଶଧର ବିଶ୍ଵାଳ, ସଞ୍ଜୟ କୁମାର କଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ଶ୍ରେଷ୍ଠ ଚାରିଗୋଟି ଦଳକୁ ମୌଖିକ କ୍ଵିଜ ପାଇଁ ଖୁବଶିଘ୍ର ନିମନ୍ତ୍ରଣ କରାଯିବ ବୋଲି ଚାପ୍ଟର ତରଫରୁ ସୂଚନା ଦିଆଯାଇଛି।

