ଯୋଡ଼ା,୨୬/୦୮(ପାଇକପୁଅ)ରୁଗୁଡ଼ି ଅଞ୍ଚଲରେ ଏକ ଅଲୌକିକ ଘଟଣା କଥା ରେ ଅଛି ରଖେ ହରି ତ ମାରେ କିଏ ? ଏପରି ଏକ ଘଟଣା ଚର୍ଚ୍ଚାର ର ବିଷୟ ପାଲଟିଛି କେନ୍ଦୁଝର ଜିଲ୍ଲା ରୁଗୁଡି ଅଞ୍ଚଳରେ ୬ ଦିନ ପରେ ମୁମୁର୍ଷୁ ଅବସ୍ଥାରେ ୮ କିଲୋମିଟର ଦୂର ଏକ ଜଙ୍ଗଲ ରୁ ଶିଶୁ ପୁତ୍ର ଉଦ୍ଧାର କରିଛି ପୋଲିସ।କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ନୂଆଗାଁ ଦଲକି ସାହି ର ସୁବାସ ମୁଣ୍ଡା ଙ୍କ ତିନି ବର୍ଷ ର ପୁଅ ବିକାଶ ମୁଣ୍ଡା ୨୧ ତାରିଖ ରେ ଘର ପାଖରେ ଖେଳୁ ଥିବା ସମୟ ରେ ନିଖୋଜ ହୋଇଯାଇ ଥିଲା। ପରେ ଅନେକ ଖୋଜାଖୋଜି ପରେ ନ ମିଳିବାରୁ ରୁଗୁଡ଼ି ଥାନା ରେ ଏକ ନିଖୋଜ ରିପୋର୍ଟ ଲେଖାଇ ଥୁଲେ। ତେବେ ରୁଗୁଡ଼ି ପୋଲିସ ଦୁଇ ଦିନ ଧରି ଅନେକ ଖୋଜାଖୋଜି ପରେ ମଧ୍ୟ କୌଣସି ଖବର ମିଳି ପାରି ନ ଥିଲା। ଆଜି ସକାଳୁ ଗୁଆଲି ଠାରୁ ଆଠ କିଲୋମିଟର ଦୂର ରେଙ୍ଗାଳବେଡା ଜଙ୍ଗଲ ରେ ଏକ ଶିଶୁ ଅଚେତ ହୋଇ ପଡ଼ିଥିବା ଖବର ଶୁଣି ରୁଗୁଡି ପୋଲିସ ସେଠାରେ ପହଞ୍ଚି ଶିଶୁପୁତ୍ର କୁ ଉଦ୍ଧାର କରି ଯୋଡ଼ା ସ୍ଥିତ ଟାଟା ମେଡିକାଲ କୁ ନେଇଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଇବା ସହ ବିକାଶ ଏବେ ସୁସ୍ଥ ଅଛି l ଏ ଘଟଣା ଶୁଣି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହେବା ସହ ଏହା ଭଗବାନ ଙ୍କ ଅପାର କରୁଣା ବୋଲି କହିଛନ୍ତି।ଏଥିରେ ସୁବାଷ ମୁଣ୍ଡା ଏବଂ ତାଙ୍କ ପରିବାର ଶିଶୁଟିକୁ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରି ଭଗବାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ରୁଗୁଡ଼ି ପୋଲିସ ଘଟଣା ର ସତ୍ୟାସତ୍ୟ ପାଇଁ ତଦନ୍ତ ଚଳାଇଥିବା ଜଣାପଡିଛି।

