କୋଣାର୍କ, ୨୩/୦୮(ପାଇକପୁଅ)କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ କୁଞ୍ଜ ଠାରେ ନିର୍ମିତ ବସ ଷ୍ଟପ ଏବେ ଅନାବନା ଗଛ ଲତା ମାଡ଼ି ଏବେ ଅଭୟାରଣ୍ୟରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ରକ୍ଷଣାବେକ୍ଷଣ ଅଭାବ ଏବଂ ସଫାସୁତୁରା କରାନଯିବାରେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ବସ ଷ୍ଟପକୁ ଲାଗି ଆଦର୍ଶ ବିଦ୍ୟାଳୟ ପ୍ରାଚେରୀ ଲାଗି ରହିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡ଼ିବା ସମସ୍ତଙ୍କ ଚକିତ କରିଛି। ବର୍ତ୍ତମାନ ଉକ୍ତ ବସ ଷ୍ଟପକୁ ମଣିଷ ମାନଙ୍କ ଅପେକ୍ଷା ବନ୍ୟଜନ୍ତୁ ଓ ସରୀସୃପ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସୂଚନା ଥାଇପାରେକି ପୂର୍ବ ସରକାରଙ୍କ ଅମଳରେ ପଞ୍ଚାୟତ ରୁ ବ୍ଲକ ଓ ଜିଲ୍ଲା ମୁଖ୍ୟ ଦପ୍ତରକୁ ଯିବା ଆସିବା ପାଇଁ ଲକ୍ଷ୍ମୀ ବସର ଚଳାଚଳ କରିବା ସହ ବସ ଷ୍ଟପର ନିର୍ମାଣ କାର୍ଯ୍ୟ କରିଥିଲେ। ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଏହାର ନିର୍ମାଣ କରାଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ଏହା ଏବେ ସରୀସୃପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହାର ରକ୍ଷଣାବେକ୍ଷଣ ଓ ସଫାସୁତୁରା କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି।

