ବାରିପଦା, ୧୬/୦୮(ପାଇକପୁଅ)ସତ୍ୟ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଉଦ୍ଦେଶ୍ୟ ନେଇ ରାସ୍ତାରେ ଯାତାୟାତ କରୁଥିବା ଶହଶହ ଲୋକଙ୍କୁ ବୃକ୍ଷ ରୋପଣ କରିବାକୁ ସଚେତନ କରିବା ସହ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଚାରା ପ୍ରଦାନ କରାଯାଇଥିଲା। ସତ୍ୟସେବା ଫାଉଣ୍ଡେସନର ଟ୍ରଷ୍ଟି ରସ୍ମିତା ପାତ୍ରଙ୍କ ସହ ସଦସ୍ୟ ରଜତ ପଣ୍ଡା, ସାମ୍ବାଦିକ ଲକି ଜେନା, ସୁବ୍ରତ ଦାସଙ୍କ ସମେତ ସତ୍ୟସେବା ଫାଉଣ୍ଡେସନର ଅନେକ କର୍ମୀ ଉପସ୍ଥିତ ଥିଲେ।ବର୍ତ୍ତମାନ ସମୟରେ ବିକାଶ ନାମରେ ବଡ଼ ବଡ଼ ବୃକ୍ଷ କଟାଯିବା ଫଳରେ ପଥପ୍ରାନ୍ତ ହେଉ କି, ଗାଁମୁଣ୍ଡ ପୋଖରୀ ତୁଠ ହେଉ କିମ୍ବା, ନଦୀକୂଳ ଛାୟା ପ୍ରଦାନକାରୀ ବୃକ୍ଷସଂଖ୍ୟା ହ୍ରାସ ପାଉଛି. ବୃକ୍ଷ ବଞ୍ଚିଲେ ମଣିଷ ବଞ୍ଚିବ ଏହାକୁ ଆଖି ଆଗରେ ରଖି ସତ୍ୟ ସେବା ଅନେକ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଆସୁଅଛି।ସତ୍ୟ ସେବା ଫାଉଣ୍ଡେସନର ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

