କୋଣାର୍କ, ୧୬/୦୮(ପାଇକପୁଅ) ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ହେଲିପ୍ୟାଡ ନିକଟସ୍ଥ ଇଟାରୋଡ଼ ବାଲୁଖଣ୍ଡ ଅଭୟାରଣ୍ୟରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ କୋଣାର୍କ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ କୋଣାର୍କ ଥାନା ଅଧୀନ ଆମ୍ବିଳୀଗାଁ ଗ୍ରାମର ଅଶ୍ଵିନୀ ବସ୍ତିଆ (ପୁପା) ବୋଲି ଜଣାପଡିଛି। ଅଶ୍ଵିନୀ ଜଣେ ବସ ଚାଳକ ଭାବେ କୋଣାର୍କ ଅଞ୍ଚଳରେ ଗାଡି ଚଳାଉଥିବା ବେଳେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି।ଅଶ୍ଵିନୀ ଦିନେ କିମ୍ବା ଦୁଇଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ଶୁକ୍ରବାର କିଛି ଲୋକ ଦେଖି କୋଣାର୍କ ପୋଲିକକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ୨୦/୨୫ ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।

