ମାଲକାନଗିରି,୧୬/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୭ କିଲୋ ଗଂଜେଇ ସମେତଓରକେଲ ପୋଲିସ ଦ୍ୱାରା ୭ କିଲୋ ଗଞ୍ଜେଇ ସମେତ ଗୋଟିଏ ବାଇକ ଜବତ, ୨ ଗିରଫ ଗୋଟିଏ ବାଇକ ଜବତ କରି ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୂତ୍ରରୁ ଖବର ପାଇ ନୀଳାଦ୍ରିନଗର ସ୍ଥିତ ସୋରଲୁକୋଣ୍ଡା ବ୍ୟାରେଜ ଠାରେ ଏକ ଟିମ ପାଟ୍ରୋଲିଂ ନିମନ୍ତେ ଶୁକ୍ରବାର ପଠାଇଥିଲେ। ଏସଆଇ ମନୋହର ସାହୁଙ୍କ ନେତୃତ୍ବରେ ଏହି ଟିମ ଟି ଶୁକ୍ରବାର ମଧ୍ୟାହ୍ନ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଏମଭି-୧୨୦ ପଟୁ ଗୋଟିଏ ବାଇକରେ ବସ୍ତା ବୋହି ନେଇ ଆସୁଥିବା ବେଳେ ପୋଲିସ କୁ ଦେଖି ଫେରି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଟିମ ସଙ୍ଗେ ସଙ୍ଗେ ଉକ୍ତ ବାଇକ ଚାଳକ ଙ୍କୁ ମାଡି ବସିବାରେ ସକ୍ଷମ ହୋଇଥିଲା। ପରେ ବସ୍ତାଟି ଦେଖିଲା ବେଳକୁ ତନ୍ମଧ୍ୟରେ ଗଂଜେଇ ଥିବା ଦେଖିବାକୁ ପାଇଥିଲେ। ଓରକେଲ ଥାନାକୁ ନେଇ ଓଜନ କରିବା ପରେ ୭ କିଲୋ ଗଞ୍ଜେଇ ରହିଥିବା ଦେଖିବାକୁ ପାଇଥିଲେ। ୨ ଚାଲାଣକାରୀ ହେଲେ ରାଖଲ ଵାଲା(୪୫), ଘର ଏମଭି-୨୫ ଏବଂ ଭିମା ପଡ଼ିଆମୀ(୫୦), ଘର ଜୀଉଟିପାଲ୍ଲୀ। ଉଭୟ ମାଲକାନଗିରି ଥାନା ଅନ୍ତର୍ଗତ ହୋଇଥିବା ବେଳେ ସେମାନେ ଏହି ଗଂଜେଇ କୁ ମାଲକାନଗିରି ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ଅଜିତ ସିଂ ବରୀହା କହିଛନ୍ତି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

