ବାରିପଦା, ୧୬/୦୮(ପାଇକପୁଅ)ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ତରଫରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ସମ୍ପର୍କ ପରିବାର ର ସଭାପତି ସଂଜୀବ ରାଉତ, ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପାଳିତ ଏହି ଉତ୍ସବରେ ସଫେଇ କର୍ମଚାରୀ ସବିତା ନାଏକ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଫେଇ କର୍ମଚାରୀ ଲକ୍ଷ୍ମୀପ୍ରିୟା ବେହେରା, ରୁବି ହେମ୍ବ୍ରମ, ଭବାନୀ ସିଂ, କରିନା ପରବିନ, ଲକ୍ଷ୍ମୀ ମୁଖି, ଅର୍ଚନା ବେହେରା, ଚମ୍ପା ମାରାଣ୍ଡି, ସବିତା ମୁଖିଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ସମଗ୍ର ସମ୍ପର୍କ ଛକକୁ ତ୍ରିରଙ୍ଗା ପତାକା ଏବଂ ଆଲୋକ ମାଳାରେ ସୁସଜ୍ଜିତ କରାଯିବା ସହ ହଜାରହଜାର ପଥଚାରୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।ମାନସ ପାତ୍ର, ଦୀପକ କୁମାର ନାୟକ, ପ୍ରିୟବ୍ରତ ମିଶ୍ର, ହରେକୃଷ୍ଣ ଦାସ, ସୌଭାଗ୍ୟ କୁମାର ମହାପାତ୍ର, ଅର୍ଜ୍ୟଭଟ ମହାନ୍ତି, ଶାରଦା ବାରିକ, ଜୟ ବୋଷ ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

