ଯୋଡ଼ା,୧୬/୦୮(ପାଇକପୁଅ) କେନ୍ଦୁଝର ଜିଲ୍ଲା। ଯୋଡ଼ା ପ୍ରେସ କ୍ଲବ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇ ଅଛି। ଆଜିର ଏହି ଦିବସରେ କ୍ଲବ ର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି କ୍ଲବର ସଭାପତି ନିହାର ରଞ୍ଜନ ରାଉତ ସମ୍ମାନର ସହିତ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଏହା ପରେ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇ ଥିଲା।ଏହି ସଭାରେ କ୍ଲବର ସଭାପତି ସଭାକୁ ସମ୍ବୋଧିତ କରିଥିଲେ ଯେ, ଆମେ ପ୍ରଥମେ ସମସ୍ତେ ଭାରତୀୟ ବୋଲି ନିଜେ ନିଜକୁ ଗର୍ବିତ ମନେ କରିବା ଉଚିତ୍ ଏବଂ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ କ୍ଲବର ସମ୍ପାଦକ ପ୍ରମୋଦ ମହାନ୍ତ, ଗଣେଶ ସାହୁ, ମନୋରଞ୍ଜନ ଲେଙ୍କା, ମନୋଜ ସାହୁ, ବିଜୟ ଜେନା, ଉଗ୍ରସେନ ମହାନ୍ତ, ଶ୍ୟାମସୁନ୍ଦର ଓରମ୍, କୃଷ୍ଣ ଚନ୍ଦ୍ର ପାତ୍ର, ଆନନ୍ଦ ବାରିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ।

