ବାରିପଦା,୧୬/୦୮(ପାଇକପୁଅ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଐତିହାସିକ ଡ. ଶ୍ୟାମସୁନ୍ଦର ଦାସଙ୍କ ଲିଖିତ ‘ମୟୂରଭଞ୍ଜର ଅନାଲୋଚିତ ମୁକ୍ତି ସଂଗ୍ରାମୀ’ ପୁସ୍ତକର ଏକ ସମୀକ୍ଷା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାଷୀ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏଭଳି ବିଷୟରେ ଗବେଷଣାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ।ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଭାରତ ସରକାରଙ୍କ ସେବାନିବୃତ୍ତ ପ୍ରଶାସନିକ ଅଧିକାରୀ ଡ. ଅରୁଣ କୁମାର ରଥ ଏହି ପୁସ୍ତକର ସମୀକ୍ଷା କରି ବହୁ ଅନାଲୋଚିତ ମୁକ୍ତିସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ସହ ମୟୂରଭଞ୍ଜ ବିକାଶର ନକ୍ସା ପ୍ରସ୍ତୁତ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଆଦିତ୍ୟ କୁମାର ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କୈଳାଶ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ବେହେରା, ଡ. ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ମୟୂରଭଞ୍ଜର ଗୌରବଗାଥାକୁ ସ୍ମରଣ କରିଥିଲେ. ପୁସ୍ତକର ଲେଖକ ଡ. ଶ୍ୟାମସୁନ୍ଦର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ଦୀନେଶ ଷଡ଼ଙ୍ଗୀ ଯୋଗଦେଇ ବକ୍ତବ୍ୟ ପରଖିଥିଲେ. କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୁଶ୍ରୀ ସୁମିତା ସିଂ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା, ମୟୂରଭଞ୍ଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ।ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

