ବାରିପଦା, ୧୬/୦୮(ପାଇକପୁଅ) ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ତଥା ପ୍ରାକ୍ତନ ଝାରଖଣ୍ଡ ରାଜ୍ୟ ମୁଖ୍ୟମନ୍ତ୍ରୀ ଦିଶମ ଗୁରୁ ଶିବୁ ସୋରେନଙ୍କର ଶ୍ରଦ୍ଧାଞ୍ଜଳି ଦିବସ ବାରିପଦା ସ୍ଥିତ ଷ୍ଟାଡିଅମ ସମ୍ମିଳନୀ କକ୍ଷରେ ଶିବୁ ସୋରେନ ସ୍ମୃତି ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ମୟୁରଭଞ୍ଜ ଜିଲ୍ଲା ଜିଲ୍ଲାପରିଷଦ ଅଧକ୍ଷା ଭାରତୀ ହାଁସଦା, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦା, ବର୍ତମାନର ଝାମୁମୋର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ, ଉପସଭାପତି ରାଜା ହେମ୍ବ୍ରମ, ରାଜ୍ୟ ପରିଷଦ ସଭ୍ୟ ସନାତନ ମୁର୍ମୁ, ସୁଜିତ ବେହେରା କେନ୍ଦ୍ରୀୟ ସଭ୍ୟ ଦିବାକର ସୋରେନ, ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, ବାରିପଦା ଟାଉନ ସଭାପତି ତରେନ ସେନାପତି, ଉଦଳା ବ୍ଲକ ସଭାପତି ମଧୁସୂଦନ ମହାନ୍ତ, ଜିବିନଗର ସଭାପତି ଚୈତନ୍ୟ ମୁର୍ମୁ, ଖୁଣ୍ଟା ବ୍ଲକ ସଭାପତି ବିକ୍ରମ ମୁର୍ମୁ, ଖୁଣ୍ଟା ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ବିଶ୍ୱନାଥ ହେମ୍ବ୍ରମ, ଉଦଳା ବ୍ଲକ ବଡ଼ଖମଣ ପଞ୍ଚାୟତ ସରପଞ୍ଚ ଠୁମ୍ପୁ ମୁର୍ମୁ, ଖଲାଡି ପଞ୍ଚାୟତ ପୂର୍ବତନ ସରପଞ୍ଚ ଗାଇଚାନ୍ଦ ମୁର୍ମୁ, ବାରିପଦା ବ୍ଲକ ସଭାପତି ପାରାନ ସୋରେନ, ମୋରଡା ବ୍ଲକ ସଭାପତି ହେମନ୍ତ କୁମାର ମହାନ୍ତ, ସୁଳିଆପଦା ବ୍ଲକ ସଭାପତି ମନୋଜ ଦାନ, ରସଗୋବିନ୍ଦପୁର ବ୍ଲକ ସଭାପତି ସୁକୁଲ ମାରାଣ୍ଡି, ବେତନଟି ବ୍ଲକ ସଭାପତି ଡମାନ ହେମ୍ବ୍ରମ, ଖୁଣ୍ଟା ବ୍ଲକ ସଭାପତି ସୁନୀଲ ଟୁଡୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦିଶମ ଗୁରୁ ଶିବୁ ସୋରେନ ମହା ଜନନାୟକ, ସମାଜ ସୁଧାରକ, ଆଦିବାସୀ ସମାଜର ମସିହା ଥିଲେ। ଆଦିବାସୀ ମାନଙ୍କ ପାଇଁ ଆଜୀବନ ସଂଗ୍ରାମ କରି ସ୍ୱତନ୍ତ୍ର ଝାଡ଼ଖଣ୍ଡ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହି ସ୍ମୃତି ଚାରଣ କରିଥିଲେ. ଜନକ ସି ସଭା ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ସମର୍ଥକ ଶୁଭେଛୁ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

