ଭୁବନେଶ୍ୱର, ୧୬/୦୮(ପାଇକପୁଅ)ଦେଶ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ବିଏମସିର ୫ନଂ ୱାର୍ଡ ର ଚକେଇସିହାଣୀ, ସମେଇଗାଡ଼ିଆରେ ଥିବା ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ନିଜ ନିଜ ସଂସ୍ଥାର ପ୍ରଚାର ପ୍ରସାର କରିବା ଛାତ୍ରଛାତ୍ରୀଙ୍କୁ ଭାରି ପଡିଯାଉଛି। କୁନି କୁନି ପିଲାଙ୍କୁ ନେଇ ୨ରୁ ୩ଟି ଗାଁ ପାଖ ପାଖି ୩ରୁ ୪ କିମି ରାସ୍ତା କାଦୁଅ ଗୋଡ଼ିରେ ବୁଲି ବା, ଚାଲି ଚାଲି ଏତେ ଦୂର ଅତ୍ୟନ୍ତ ପୀଡା ଦାୟକ ହୋଇ ପଡିଛି।
ଅନ୍ୟାପକ୍ଷରେ ଚକେଇସିଂହାଣୀ ସମେଗାଡ଼ିଆ ରାସ୍ତା ଟ୍ରାଫିକ ସମସ୍ୟା କହିଲେ ନସାରେ. ଏହି ରାସ୍ତାଟି ଉପରେ ୪ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟ ରାସ୍ତା। ବାଇକ, କାର ଏହିଭଳି ଛୋଟ ବଡ ଯାନ ସବୁବେଳେ ଭିଡ ରହୁଛି, ଏଭଳି ପରିସ୍ଥିତି ରେ କେଉଁ ସମୟରେ କିଭଳି ଦୁର୍ଘଟଣା ଘଟିବ,ତାକୁ ଆଡେଇ ଦିଆଯାଇ ନପାରେ।ଶିକ୍ଷା ଅଧିକାରୀଙ୍କୁ ଏକ୍ଷେତ୍ରରେ ଶିକ୍ଷ୍ୟନୁଷ୍ଠାନକୁ ରୀତିମତ ତାଗିଦ କରିବାକୁ ସ୍ଥାନୀୟ ବୃଦ୍ଧିଜୀବିଙ୍କ ନିବେଦନ।


