ବାରିପଦା, ୧୦/୧୦(ପାଇକପୁଅ) ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପେନସନ ଭୋଗୀଙ୍କ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ପ୍ରବନ୍ଧକ ସୁଭାଶିଷ ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ବୈଠକରେ ପେନସନ ଭୋଗୀଙ୍କ ଅବସରକାଳୀନ ସୁବିଧା ସୁଯୋଗ, ସ୍ୱାସ୍ଥ୍ୟ ପରୀକ୍ଷା ଓ ବୀମା ଆଦି ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା।ବାଲେଶ୍ୱର ଜୋନାଲ ସଭାପତି ହରେକୃଷ୍ଣ ପାତ୍ର, ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, ଆଞ୍ଚଳିକ ସମ୍ପାଦକ (ବାଲେଶ୍ୱର) ଗୌରାଙ୍ଗ ମଲ୍ଲିକ, ଆଞ୍ଚଳିକ ସମ୍ପାଦକ (ମୟୁରଭଞ୍ଜ) ଅଶୋକ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଚନ୍ଦ୍ର ମୋହନ ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ୟା ଗୁଡିକର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ଉପରେ ନିଜନିଜର ମତ ପୋଷଣ କରିଥିଲେ।ଏହି ଅବସରରେ ୭୫ ବର୍ଷରୁ ଉର୍ଦ୍ଧ ଜଗଦାନନ୍ଦ ଶଙ୍ଖୁଆ, ରାଧାକୃଷ୍ଣ ବାରିକ, ରଣଜିତ ପାଢ଼ୀ, ରାମଚନ୍ଦ୍ର ଗିରି, ଭୀମସେନ ଦାସ, ସଦାନନ୍ଦ ଜେନା, ସୁଶୀଲ ଚନ୍ଦ୍ର ଦାସ ଓ ଈଶ୍ୱର ଚନ୍ଦ୍ର ଟୁଡୁଙ୍କ ସମେତ ମୋଟ ୮ଜଣ ପେନସନ ଭୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ପରିଚାଳକ ସମୀର ସାହୁଙ୍କ ନେତୃତ୍ୱରେ କର୍ମଚାରୀ ଦୁଷ୍ମନ୍ତ ସିଂ, ବିଶ୍ୱଜିତ ରାୟ, ରାମଚନ୍ଦ୍ର ମୁଖି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଗ୍ଲୋରୀ ଟୁଡୁ ମଞ୍ଚ ପରିଚାଳନା କରିଥିବା ବେଳେ ଚନ୍ଦ୍ରମୁଖୀ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।ମାନବ ସମ୍ବଳ ଅଧିକାରୀ ସଞ୍ଜୟ କୁମାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

