ବାରିପଦା,୦୫/୧୦(ପାଇକପୁଅ)ଭୋଟ ବଞ୍ଚାଓ, ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓ ଆହ୍ୱାନରେ ଆଗାମୀ ଅକ୍ଟୋବର ୮ତାରିଖରେ ଆହୂତ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଆଜି ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ ଜିଲ୍ଲା ଇଣ୍ଡି ମେଣ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି.
ସମ୍ମି ଳନୀରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ଇନ-ଚାର୍ଜ ମନୋଜ ରାଉତ ଏବଂ ପିସିସି ସମ୍ପାଦିକା ଶୁଭଶ୍ରୀ ବେହେରା, ସିପିଏମ ତରଫରୁ ଜଗବନ୍ଧୁ ମିଶ୍ର, ସିପିଆଇ ତରଫରୁ ରବି ଗୋସ୍ୱାମୀ, ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ପ୍ରାର୍ଥୀ କ୍ଷୀରୋଦ ଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସ, କଂଗ୍ରେସ ଆଦିବାସୀ ସେଲ ଜିଲ୍ଲା ସଭାପତି ଦୁଃଖିଶ୍ୟାମ ମୁର୍ମୁ, କିଷାନ ସେଲ ସଭାପତି ଦୀପକ ଦାସ, ସମସ୍ତ ବ୍ଲକ ନଗର ସଭାପତି ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଯୋଗଦେଇ ବନ୍ଦ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ ଜନସାଧାରଣ ଏବଂ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।

