ବାରିପଦା,୦୮/୦୯(ପାଇକପୁଅ) ମା ଅମ୍ବିକା ମହିଳା ମହାମଣ୍ଡଳ ଫେଡେରେସନ ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳିତହୋଇ ଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ-ସମ୍ପାଦିକା ଶ୍ରୀମତୀ ସାବିତ୍ରୀ ରାଉତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସାକ୍ଷରତା ଅଭିଯାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରି ଗ୍ରାମାଞ୍ଚଳ ତଥା ଶିକ୍ଷାରୁ ବଞ୍ଚିତ ବର୍ଗଙ୍କ ନିକଟରେ ଶିକ୍ଷାର ଆଲୋକ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଷ୍ଠାନର ସଭାନେତ୍ରୀ ଜ୍ୟୋତିର୍ମୟୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା ଫୋରମର ସଭାପତି ମମତା ସାମନ୍ତରାୟ, ମୁଖ୍ୟ ବକ୍ତା ଭାବରେ ଶିକ୍ଷବିତ ସାମ୍ବାଦିକ ବିଷ୍ଣୁ ଶତପଥି, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସଂଗଠକ ବଳାଙ୍ଗୀ ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି, ପ୍ରଫେସର କ୍ରିଷ୍ଣା ସାହୁ, ଜନନୀ ପରିବାର ଟ୍ରଷ୍ଟର ଜ୍ୟୋତ୍ସ୍ନା ମହାନ୍ତି ପ୍ରମୁଖ ଯୋଗଦେଇ ଶିକ୍ଷା ହିଁ ସମାଜର ପ୍ରଗତିର ମୂଳଦୁଆ।ମହିଳା ମାନେ ସ୍ଵାକ୍ଷର ଏବଂ ସଶକ୍ତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ।ସଂଗଠନର ଉପ-ସଭାନେତ୍ରୀ ଜୟନ୍ତୀ ମଣି ସି, କୋଷାଧ୍ୟକ୍ଷ ସୋନାଲୀ ରାଉତ ଏବଂ ଜିଲ୍ଲା ସଂଯୋଜିକା ଗୋଲାପୀ ମହାନ୍ତି ପ୍ରମୁଖ ଯୋଗଦେଇ ସାକ୍ଷରତା ଅଭିଯାନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଉପରେ ମତ ରଖିଥିଲେ।ଏହି ଅବସରରେ ସାମ୍ବାଦିକ ଦୀପକ କୁମାର ନାୟକ, ତରୁଣ କୁମାର ଦାଶ, ସୁଶାନ୍ତ ନାୟକଙ୍କୁ ତାଙ୍କର ସାମ୍ବାଦିକତା ଓ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ଫେଡେରେସନର ବିଭିନ୍ନ ବ୍ଲକ ଏବଂ ଗ୍ରାମପଞ୍ଚାୟତ ସଂଯୋଜକ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

