ବାରିପଦା, ୨୪/୦୮(ପାଇକପୁଅ)ବିଜୁ ଛାତ୍ର ଜନତା ଦଳ ସାଙ୍ଗଠନକି ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ନବୀନ ପଟ୍ଟନାୟକ। ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଭାବେ ଯୁବ ନେତା ଆଭାସ ଦେଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଏହି ଘୋଷଣା କରିଛନ୍ତି। ସଂଗଠନରେ ଆଭାସଙ୍କ ସକ୍ରିୟତା, ନିଷ୍ଠା ଓ ଛାତ୍ର ସମାଜରେ ଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଦଳୀୟ ହାଇକମାଣ୍ଡ ତାଙ୍କ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଭରସା କରିଛନ୍ତି। ଏହି ଘୋଷଣା ପରେ ସମଗ୍ର ଜିଲ୍ଲା ବିଜେଡି ଶିବିରରେ ଉତ୍ସାହର ଲହରୀ ଖେଳିଯାଇଛି। ନୂତନ ଦାୟିତ୍ୱ ପାଇବା ପରେ ଆଭାସ ଦେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଶୀର୍ଷ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲାର ପ୍ରତ୍ୟେକ କଲେଜ ଓ ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ର ସଂଗଠନକୁ ଅଧିକ ମଜଭୁତ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର କାର୍ଯ୍ୟ କରିବେ ବୋଲି ଶ୍ରୀ ଦେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

