ବାରିପଦା, ୦୫/୦୮(ପାଇକପୁଅ)ବିଜୁ ଛାତ୍ର ଜନତା ଦଳର ଉପସଭାପତି ତଥା ଦୃଢ଼ ଛାତ୍ର ସଂଗଠନ ସୁଶୀଲ ସେଠୀ (ସିପୁ)ଙ୍କ ୩୫ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି।ଆଜି ସକାଳୁ ହଠାତ୍ ଛାତିରେ ଯନ୍ତ୍ରଣା ହେବା ଫଳରେ ଜିଲ୍ଲା ହେଡକ୍ବାଟର ହସ୍ପିଟାଲ ବାରିପଦାକୁ ନେବା ସମୟରେ ତାଙ୍କର ପ୍ରାଣବାୟୂ ଚାଲି ଯାଇଥିଲା। ଶ୍ରୀ ସେଠୀ ମୟୂରଭଞ୍ଜ ଜିଲ୍ଲାର ଛାତ୍ର ରାଜନୀତିର ସକ୍ରିୟ ଅଂଶଗ୍ରହଣ କରି ବିଭିନ୍ନ ସମାଜିକ, ସାଂସ୍କୃତିକ ଆନ୍ଦୋଳନ ସହିତ ଯଡିତ ଥିଲେ। କଲେଜ ଛାତ୍ର ସଂସଦ ନିର୍ବାଚନରେ ସକ୍ରିୟ ଭୂମିକା ରହୁଥିଲା। ଆଜି ପ୍ରତ୍ୟୁଷରୁ ତାଙ୍କର ଆକସ୍ମିକ ମୃତ୍ୟୁ ଖବର ମିଳିବା ପରେ ରାଜ୍ୟ ବିଜେଡ଼ି ବରିଷ୍ଠ ସାଧାରଣ ସମ୍ପାଦକ ସାନନ୍ଦ ମାର୍ଣ୍ଡୀ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ମୁଖପାତ୍ର ଲେଲିନ୍ ମହାନ୍ତି ଗଭୀର ଶୋକ ପ୍ରକାଶ କରିଵା ସହିତ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ଶ୍ରୀ ସେଠୀଙ୍କ ବାସଭବନରେ ଭାରତୀ ହାଁସଦା, ସୁବ୍ରମଣ୍ୟମ୍ ମହାନ୍ତି, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି ନଛି, ସୀମା ଦାସ, ପ୍ରତିନନ୍ଦା କାନୁନଗୋ, ଶ୍ରାବଣୀ ଦାସ, ସବିତା ବେହେରା, କୁମାର ମୁଖୀ, ଶିବଶଙ୍କର ପାତ୍ର, ଦେବାଶିଷ ପାତ୍ର, ଅରୁଣ ବରାଡ, ସୁନିଲ କୁମାର ନାୟକ, ଅବଦୁଲ ହବିବ, ଅମିତ୍ କୁମାର ବୈଠା, ସେକ ହାକିମ, ଆଶୀର୍ବାଦ ଦାଶ, ଅମନ ପପୁ, ଦେବବ୍ରତ ବେହେରା, ଅଭିନାସ ବେହେରା, ମନିଷ ବେହେରା, ଦେବବ୍ରତ ସେନାପତି ଶେଷ ଦର୍ଶନ କରି ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି ଅଭିମତ ରଖିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପିତା ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସର ଶରତ ଚନ୍ଦ୍ର ସେଠୀ ମା ବରିଷ୍ଠ ନାରୀ ନେତ୍ରୀ ଅନିତା ସେଠୀ, ଝିଅ, ଦୁଇ ପୁଅ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ସାନ ଭାଇ ମୁଖାଗ୍ନି ଦେଇ ଥିଲେ।

