ବାରିପଦା, ୦୫/୦୮(ପାଇକପୁଅ) ଭଞ୍ଜ ସ୍ୱାଭିମାନ ମଞ୍ଚ ପକ୍ଷରୁ ପ୍ରତିଷ୍ଠାତା ପିତାମ୍ବର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାରିପଦା ମୋହରିର ସଂଘର ସହ- ସମ୍ପାଦକ ଯତୀନ ଚନ୍ଦ୍ର ଗିରି ଯୋଗଦେଇ ଭୂମି ଗୌରବ ସମ୍ମାନ ପ୍ରାପ୍ତ ବିଶିଷ୍ଟ ସମାଜସେବୀ ଶରତ ଚନ୍ଦ୍ର ନାୟକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମରେ ମୁଣ୍ଡାରୀ ସମାଜ ସଁୱାର ଯାମଡ଼ାର ସଭାପତି ନନ୍ଦ ଲାଲ ସିଂ, ଓଡ଼ିଆ ଜାଗରଣ ମଞ୍ଚର ବରିଷ୍ଠ ସଦସ୍ୟ ଗୋଲକ ମହାନ୍ତି, ଆଇନଜିବି ସୁଶାନ୍ତ କୁମାର ପଣ୍ଡା, ଚନ୍ଦ୍ରଭାନୁ ଗିରି, ମୋହରୀର ପଦ୍ମ ଲୋଚନ ନନ୍ଦୀ, ପ୍ରମାଦ କୁମାର ଦତ୍ତ, ଦାସ ଲୋହାର ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ, ଗୁରା ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ।

